(ମହାଭାରତ, ଜୟପୁର): କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ବାମୁନିଗାଁରେ ଜଣେ ଯୁବକ ନିଜ ସ୍ତ୍ରୀଙ୍କ ସହ ଝଗଡା କରିବା ପରେ ଶନିବାର ତାଙ୍କୁ ହତ୍ୟା କରି ଗିରଫ ହୋଇଛନ୍ତି । ଯୁବକ ଜଣକ ସେହି ଗାଁର ୨୮ ବର୍ଷିୟ ରମେଶ ବାଘ ବୋଲି ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ନିଶାଶକ୍ତ ଅବସ୍ଥାରେ ରମେଶ ନିଜ ସ୍ତ୍ରୀ ଦାମୁନି ପରଜାଙ୍କୁ କିଛି ଟଙ୍କା ମାଗିଥିଲେ । କିନ୍ତୁ ସେ ଟଙ୍କା ଦେବାକୁ ସଫା ମନା କରିଦେବାରୁ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲ।। । ଏଥିରେ ଉତ୍କ୍ଷିପ୍ତ ହୋଇ ରମେଶ ନିଜ ସ୍ତ୍ରୀଙ୍କ ମୁଣ୍ଡକୁ ଏକ ପଥରରେ ପିଟି ଦେଇଥିଲେ । ଫଳରେ ସେଠାରେ ଦାମୁନିଙ୍କର ମୃତ୍ୟୁ ହୋଇଥିଲା । ଏହାପରେ କେହି ଏ ଘଟଣା ବିଷୟରେ ଯେପରି ଟେର ନ ପାଆନ୍ତି ସେଥିପାଇଁ ସତର୍କତାର ସହ ସ୍ୱାମୀ ନିଜ ସ୍ତ୍ରୀର ମୃତଦେହକୁ ମଶାଣିକୁ ବୋହି ନେଇ ସେଠାରେ ପୋତି ଦେଇଥିଲେ । କିିନ୍ତୁ ଗାଁ ଲୋକେ ତାଙ୍କ ଘରେ ଦାମୁନି ନଥିବା ଦେଖି ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅ।।ରମ୍ଭ କରିବା ସହ ରମେଶଙ୍କୁ ପଚରାଉଚରା ଆରମ୍ଭ କରିଥିଲା । ଅଭିଯୁକ୍ତ ସ୍ୱାମୀ ନିଜ ଦୋଷ ସ୍ୱୀକାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।
previous post