(ମହାଭାରତ ): ମଣିଷ ଥରେ ପ୍ରେମରେ ପଡ଼ିଲେ ନିଜ ପ୍ରେମ ପାଇଁ କିଛି କି କରିପାରେ । ଇତିହାସ ମଧ୍ୟ ଏହାର ମୁକସାକ୍ଷୀ ରହିଛି । ଶାହାଜାନ ମୁତତାଜଙ୍କ ପ୍ରେମରେ ତାଜମହଲ ତିଆରି କରିଥିବା ବେଳେ ମଜ୍ଜନୁ ନିଜର ପ୍ରେମ ଲୈଲା ପାଇଁ ଦୁନିଆ ସହିତ ଲଢିଥିବାର ପ୍ରମାଣ ରହିଛି ।
ବର୍ତମାନ ସେହିପରି ଏକ ପ୍ରେମ କାହାଣି ଦେଖିବାକୁ ମିଳିଛି । ଜଣେ ସ୍ୱାମୀ ନିଜର ସ୍ତ୍ରୀ ର ଭଲପାଇବାରେ ମୁଗ୍ଧ ହୋଇ ବିମାନ ସଦୃଶ ଏକ ବିଳାଶପୂର୍ଣ୍ଣ ଘର ତିଆରି କରିଛନ୍ତି । ସ୍ତ୍ରୀଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ସ୍ୱାମୀ ଏପରି ଘର ତିଆରି କରିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିୀଛି ନାଇଜେରିଆର ରାଜଧାନୀ ଅମ୍ବୁଜା ଠାରେ । ଏଠାରେ ବାସ କରିଥି ଏହି ଦମ୍ପତ୍ତି । ସ୍ୱାମୀ ଜମାଲଙ୍କ ସ୍ତ୍ରୀ ବୁଲିବାକୁ ବହୁତ ପସନ୍ଦ କରଥାନ୍ତି । ତେଣୁ କରି ସ୍ତ୍ରୀଙ୍କର ଏହି ଉଚ୍ଛାକୁ ଦୃଷ୍ଟିରେ ରଖି ସେ ଏପରି ଘର ତିଆରି କରିବା କଥା ଭାବିଥିଲେ ।
ଏପରି ଘର ଆପଣ କେବଳ ସ୍ୱପ୍ନରେ ଦେଖିଥିବେ । ରିପୋର୍ଟ ଅନୁସାରେ ଏହି ବିମାନ ସଦୃଶ୍ୟ ବିଳାସପୂର୍ଣ୍ଣ ଘର ଭିତରେ ରହିଛି ଗେଷ୍ଟ ରୁମ , ମସଜିଦ , ସୁଇମିଙ୍ଗ ପୁଲ, ବଗିଚା ସମେତ ପ୍ରକୃତର ମନୋଲୋଭା କିଛି ଦୃଶ୍ୟ । ଗୋଟେ ସାକ୍ଷାତକାରରେ ଜମାଲ କହିଛନ୍ତି କି ଏପରି ଘରେ ତାଙ୍କ ସ୍ତ୍ରୀ ରହିଲେ ସବୁବେଳେ ସେ ବୁଲୁଥିବାର ଅନୁଭବ କରିବେ । ଯାହାକି ସ୍ତ୍ରୀଙ୍କୁ ବହୁତ ପସନ୍ଦ । ରିପୋର୍ଟ ଅନୁସାରେ ଏହି ଘର ତିଆରି କରିବାକୁ ତାଙ୍କୁ ୨୦ ବର୍ଷ ଲାଗିଛି । ଜମାଲ ଏହି ଘରର ତିଆରି କାମ ୧୯୯୯ ମସିହାରେ ଆରମ୍ଭ କରିଥିଲେ । ଏହି ସମୟରେ ତାଙ୍କର ପୁଅ ମହଜଙ୍କୁ ୧୨ ବର୍ଷ ହୋଇଥିଲା । ଶୁଣିବାକୁ ମିଳେ ଯେ ଏହି ଘରର ଡ଼ିଜାଇନରେ ତାଙ୍କ ପୁଅ ତାଙ୍କୁ ସାହାର୍ଯ୍ୟ କରିଛନ୍ତି । ପୂରା ପରିବାର ଏହି କାମରେ ସାହାର୍ଯ୍ୟ କରିଛନ୍ତି । ଯାହା ଫଳରେ ଜମାଲ ଏହି ବିମାନ ସଦୃଶ୍ୟ ବିଳାସପୂର୍ଣ୍ଣ ଘର ତିଆରି କରି ପୂରା ଦୁନିଆର ଧ୍ୟାନକୁ ନିଜ ଆଡ଼କୁ କେନ୍ଦ୍ରୀଭୂତ କରିପାରଛନ୍ତି । ତୁଣି କରି ସମୟର ପରିବର୍ତନ ସହିତ ଭଲ ପାଇବାର ଏଭଳି ଚିତ୍ର ଦେଖିବାକୁ ମିଳେ ।
previous post
next post