ଓଡିଶା

ହାତୀ ଆକ୍ରମଣରେ ମହିଳା ମୃତ

(ମହାଭାରତ, ଅନୁଗୁଳ): ଅନୁଗୁଳ ଜିଲ୍ଲା ପୁରାଣକୋଟ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁରେ ମଙ୍ଗଳବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ସେହି ଗାଁର ଜୟନ୍ତୀ ବୋରା ବୋଲି ଜଣାଯାଇଛି । ସୂଚନା ଅନୂଯାୟୀ, ମହିଳା ଜଣକ କୌଣସି କାମରେ ସକାଳେ ଘର ଠାରୁ କିଛି ଦୂରକୁ ଯାଇଥିବା ବେଳେ ଗାଁ ନିକଟରେ ଏକ ହାତୀ ହାବୁଡରେ ପଡି ଯାଇଥିଲେ । ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୁରାଣକୋଟ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇଥିଲା । ମୃତକଙ୍କ ପରିବାରକୁ ସରକାରୀ ନିୟମ ଅନୁସାରେ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ମଞ୍ଜୁର କରାଯାଇଛି । ଜଙ୍ଗଲରୁ ଆଖପାଖ ଗାଁକୁ ଯେପରି ହାତୀ ନ ଆସିବେ ସେଥିଲାଗି ଦିନ ଏବଂ ରାତିରେ ପାଟ୍ରୋଲିଂକୁ କଡାକଡି କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି  

mahabharatanews

ମହାପ୍ରଭୁଙ୍କ ବନକଲାଗି ନୀତି; ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ 

mahabharatanews

ମଣିପୁର ହିଂସା ଘଟଣାରେ ୨୨ ଜଣଙ୍କୁ ଗିରଫ କଲା ପୁଲିସ

mahabharatanews