Uncategorized

ହିଂସା ପୀଡିତଙ୍କୁ କ୍ୟାମ୍ପସରେ ଆଶ୍ରୟ ନଦେବାକୁ ଜେଏନୟୁର ଚେତାବନୀ

(ନୂଆଦିଲ୍ଲୀ): ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନୟୁ) ପରିସରରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ବିଭାଗ ଚେତାବନୀ ଦେଇଛି । ଉତ୍ତରପୂର୍ବ ଦିଲ୍ଲୀ ହିଂସାରେ ପୀଡିତଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଛାତ୍ରଛାତ୍ରୀମାନେ ଆଶ୍ରୟ ନଦେବାକୁ ନୋଟିସ ଜାରି କରିଛନ୍ତି । ଜେଏନୟୁ କ୍ୟାମ୍ପସକୁ ଆଶ୍ରୟସ୍ଥଳରେ ପରିଣତ କରିବା ପାଇଁ ଛାତ୍ରଛାତ୍ରୀଙ୍କର କୌଣସି ଅଧିକାର ନାହିଁ । ଏଣୁ ହିଂସା ପୀଡିତଙ୍କୁ ୟୁନିଭର୍ସିଟି ପରିସରରେ ଯିଏ ଆଶ୍ରୟ ଦେଉଥିବ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେଏନୟୁ ରେଜିଷ୍ଟ୍ରାର ପ୍ରମୋଦ କୁମାର ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ ଚେତାବନୀ ଦେଇଛନ୍ତି । ଜେଏନୟୁ ତରଫରୁ ପ୍ରକାଶ ପାଇଥିବା ନୋଟିସ ଅନୁଯାୟୀ, ଜେଏନୟୁ ପ୍ରଶାସନିକ ବିଭାଗ କ୍ୟାମ୍ପସରେ ରହୁଥିବା ଲୋକଙ୍କ ପାଖରୁ ଅନେକ ଫୋନ କଲ୍ ଆସିଥିଲା । ଦିଲ୍ଲୀ ହିଂସା ପରେ ସେମାନେ ସୁରକ୍ଷିତ ମନେ କରୁନଥିବା ଅଭିଯେ।।ଗ କରିଛନ୍ତି । ଜେଏନୟୁ ଛାତ୍ର ସଂଘ ତରଫରୁଏହି ଫୋନ କଲ୍ ଆସୁଥିବାରୁ ସେମାନେ ସୁରକ୍ଷିତ ମନେ କରୁନଥିବା ଅଭିଯୋଗ କରିଥିଲେ । ନିକଟରେ ଦିଲ୍ଲୀରେ ଦେଖାଦେଇଥିବା ହିଂସାକୁ ନେଇ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଏକ ଶାନ୍ତି ଶୋଭାଯାତ୍ରା କରିଥିଲେ । ଏହାପରେ ଜେଏନୟୁ କ୍ୟାମ୍ପସରେ ରହୁଥିବା ଲୋକେ ନିଜକୁ ଅସୁରକ୍ଷିତ ମନେ କରୁଥିବା ଜଣାପଡିଛି । ସୂଚନାଯୋଗ୍ୟ, ଉତ୍ତରପୂର୍ବ ଦିଲ୍ଲୀରେ ଦେଖାଦେଇଥିବା ହିଂସ।।ରେ ଏଯାଏ ୪୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି । ହିଂସାରେ ସାମିଲ ଥିବା ଅଭିଯୋଗରେ ୧୩୦ରୁ ଅଧିକ ଗିରଫ ହୋଇଛନ୍ତି ।

Related posts

ଆସାମ ବନ୍ଦୀ ଗୃହରେ ୩ ବର୍ଷରେ ୨୬ ମୃତ୍ୟୁ

mahabharatanews

ବାରାମୁଲ୍ଲାରୁ ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀ ଗିରଫ

mahabharatanews

ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ଟାଣ ଖରା

mahabharatanews

Leave a Comment