Uncategorized

୨୨ ପୂର୍ବରୁ ତିହାର ଜେଲରେ ପରୀକ୍ଷାମୂଳକ ଫାଶୀ

(ନୂଆଦିଲ୍ଲୀ): ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଆସନ୍ତା ୨୨ ତାରିଖରେ ଫାଶୀ ଦେବା ଲାଗି ତିହାର ଜେଲ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ପସ୍ତୁତି ଚଳାଇଛନ୍ତି । ଫାଶୀ ପାଇଁ ଦଉଡି, ଫାଶ ଇତ୍ୟାଦିର ମାପ ପ୍ରସ୍ତୁତ ହୋଇସାରିଥିବା ବେଳେ ଜେଲର କର୍ମଚାରୀମାନେ ଅଖା ବସ୍ତାରେ ଟେକାପଥର ଓ ବାଲି ଭର୍ତ୍ତି କରି ପରୀକ୍ଷାମୂଳକ ଭାବେ ଫାଶୀ ଦେଇଛନ୍ତି । ଜେଲ କର୍ମଚାରୀମାନେ ସମ୍ପୃକ୍ତ ଅପରାଧୀମାନଙ୍କ ଓଜନ ଅନୁସାରେ ଡମି ବା ପୁତ୍ତଳିକା ତିଆରି କରିଥିଲେ । ଅଖା ବସ୍ତାରେ ବାଲି ଓ ଟେକା ପଥର ଭର୍ତ୍ତି କରିଥିଲେ । କିନ୍ତୁ ଏହି ପୁତ୍ତଳିକାକୁ ଫାଶୀ ଦେବା ପାଇଁ ଜହ୍ଲାଦକୁ ଡକାଯାଇ ନଥିଲା । ଜେଲର ଜଣେ କର୍ମଚାରୀ ଏଗୁଡିକୁ ଫାଶୀ ଖୁଣ୍ଟରେ ଝୁଲାଇଥିଲେ । ଜେଲ କର୍ମଚାରୀମାନେ ଏହି ଅଭ୍ୟାସରେ ସାମିଲ ହୋଇଥିଲେ । ଆଗକୁ ପୁନର୍ବାର ଏଭଳି ରିହର୍ସଲ ହେବ ବୋଲି ଜେଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି ।

Related posts

ପାକ ଜେଟ ବିମାନ ଦୁର୍ଘଟଣାଗ୍ରସ୍ତ

mahabharatanews

ପାହାଡରୁ ପଥର ଖସି ୨ ମୃତ, ଘରରେ ଖେଳୁଛି ଢେଉ

mahabharatanews

ଦିଲ୍ଲୀ ହିଂସା: ଦିଲ୍ଲୀବାସୀଙ୍କ ସହଯୋଗ କାମନା କଲା ପୁଲିସ

mahabharatanews

Leave a Comment