ଓଡିଶା

୨୩ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ଚିତ୍ତରଞ୍ଜନ ସାହୁ/ବରଗଡ: ବରଗଡ଼ ଜିଲା ସୋହେଲା ଥାନା ପୋଲିସ ବୁଧବାର ସନ୍ଧ୍ୟାରେ ୨୩.୩୭୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ଟାଉନ ଥାନା ଅଧୀନ ଖଜୁରଟିକ୍ରା ଗ୍ରାମର ଅର୍ସଦ ଓରଫ ରାଜା ଖାଁ(୩୨) ଏବଂ ସୋହେଲା ଥାନା ଅଧୀନ ବିନ୍ଧାନପାଲି ଗ୍ରାମର ବିକ୍ରମ ସାହୁ(୨୮) । ସେମାନଙ୍କ ପାଖରୁ ୨୩ ଗ୍ରାମ ୩୭୦ ମିଲିଗ୍ରାମ ବ୍ରାଉନସୁଗାର ଏବଂ ଏକ ବାଇକ୍(ନଂ-ସିଜି୧୩ୟୁବି ୨୧୦୨) ଜବତ ହୋଇଛି। ରାୟପୁରରୁ ବରଗଡ଼ ପଟକୁ ଅସୁଥିବାବେଳେ ଲୁହୁରାଚଟି ଛକରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ଏ ନେଇ ସୋହେଲା ଥାନାରେ କେସ୍ ନଂ ୬୩/୨୦ରେ ଏକ ମାମଲା ରୁଜୁ ହୋଇଛି।

Related posts

ଆସନ୍ତା ଶନିବାର ସନ୍ଧ୍ୟାରେ ୪ ଜିଲ୍ଲାରେ ବନ୍ୟା ଆଶଙ୍କା

mahabharatanews

ରାୟଗଡା ଜିଲ୍ଲାରେ ଶୂନ୍ୟ ସଡକ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳିତ

mahabharatanews

କେଉଁ ବାରରେ ଦେବା କେଉଁ ଭୋଗ

mahabharatanews