ଅପରାଧଓଡିଶା

୪ଲକ୍ଷ ୫୦ହଜାର ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଓର୍କେଲ (ବାଲିମେଳା) ପୁଲିସ ୨୧୮କିଗ୍ରା ୪ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ମାଲକାନଗିରି ଥାନା ଅନ୍ତର୍ଗତ ତଣ୍ଡାପାଲି ଗ୍ରାମର ଶଙ୍କର କବାସୀ ଓ ଯଦୁଗୁଡା ଗ୍ରାମର ଭୀମା କବାସୀ । ମିଳିଥିବା ସୂଚନାରୁ ପ୍ରକାଶ, ସୋମବାର ସନ୍ଧ୍ୟା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଓର୍କେଲ ଥାନା ଏସଆଇ ରଜନୀକାନ୍ତ ଦୀପ୍ ଓ ତାଙ୍କ ଟିମ୍ ତାର୍ଲାକୋଟା ପଂଚାୟତର ରଙ୍ଗମାଟିଗୁଡା ଗ୍ରାମ ନିକଟ ଜଙ୍ଗଲରେ ଛକି ରହିଥିଲେ । ଏହି ସମୟରେ କିଛି ଚୋରା ବେପାରୀ କାଉଡିରେ ଗଞ୍ଜେଇ ଭାର କରି ଆସୁଥିବା ବେଳେ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ଚାଲାଣକାରୀଙ୍କ ମଧ୍ୟରୁ ୨ ଜଣ ଧରା ପଡିଥିବା ବେଳେ ଅନ୍ଧାରର ସୁଯୋଗ ନେଇ ଅନ୍ୟ ୫ଜଣ ଦୌଡି ପଳାଇ ଯିବାରେ ସକ୍ଷମ ହୋଇଥିଲେ । ମୋଟ ୭ଟି କାଉଡିରେ ୨୧୮କିଗ୍ରା ୪ଶହ ଗ୍ରାମ ଗଞ୍ଜେଇ ରହିଥିବା ଜଣାପଡିଥିଲା । ଏହାର ଆନୁମାନିକ ମୂଲ୍ୟ ୪ଲକ୍ଷ ୫୦ହଜାର ଟଙ୍କା ହେବ । ଏହି ଗଞ୍ଜେଇ ଚିତ୍ରକୋଣ୍ଡା ଅଂଚଳରୁ ଛତିଶଗଡର ରାୟପୁର ଅଂଚଳକୁ ଚାଲାଣ ହେଉଥିବା ତଦନ୍ତକାରୀ ଅଧିକାରୀ ଏସଆଇ କୃତିବାସ ବେହେରା ପ୍ରକାଶ କରିଛନ୍ତି । ମଙ୍ଗଳବାର ଅପରାହ୍ନରେ ଓର୍କେଲ ଥାନା କେସ ନଂ ୧୦୩/୨୦ ପ୍ରକାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣକରାଯାଇଛି ।

Related posts

୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲର ସବୁ ପଦବୀ ପୂରଣ ହେବ

mahabharatanews

ବନାଗ୍ନି ନିୟନ୍ତ୍ରଣ ପାଇଁ ଶିମିଳିପାଳରେ ସ୍ୱତନ୍ତ୍ର ପଦକ୍ଷେପ 

mahabharatanews

ଫାଟୁସେନେରି ପଞ୍ଚାୟତରେ ଚାଲିଛି ଭୋଟ୍ ଗ୍ରହଣ

mahabharatanews

Leave a Comment