ଓଡିଶା

୧୦ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ଆସି ପହଂଚିବେ

ଭୁବନେଶ୍ୱର (ହରପ୍ରସାଦ ବିଷୋଇ ):- ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁୁ । ୧୦ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ଆସି ପହଂଚିବେ। ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ ହେବ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡିଶା ଗସ୍ତ ବେଳେ ସେ ରାଜଭବନରେ ଅବସ୍ଥାନ କରିବେ । ୨୫ ଜୁଲାଇ ୨୦୨୨ରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଦାJୟିତ୍ୱ ଗ୍ରହଣ କରିଥିଲେ । ପରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି ।୧୧ ତାରିଖରେ ଦିଲ୍ଲୀ ଫେରିଯିବେ । ଗସ୍ତ ସମ୍ପର୍କରେ ରାଷ୍ଟ୍ରପତି ଭବନ ସଚିବାଳୟ ପକ୍ଷରୁ ଓଡ଼ିଶା ରାଜ୍ୟପାଳଙ୍କ କାର୍ୟ୍ୟାଳୟକୁ ସୂଚନା ଦିଆଯାଇଛି । ଏଥିସହ ତାଙ୍କ କାର୍ୟ୍ୟକାଳ ୧୦୦ ଦିନ ପୂରଣ ହୋଇଛି ।

Related posts

ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍

mahabharatanews

କରୋନା ଯୁଦ୍ଧରେ ବିଜୟ ପାଇଁ ବାଗଚୀଙ୍କ ୮ ସୂତ୍ରୀ ମନ୍ତ୍ର

mahabharatanews

କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

mahabharatanews