ଓଡିଶା

MKCG ମେଡିକାଲରେ ଅନ୍ଧାରୁଆ ଚିକିତ୍ସା

(ହିଂଜିଳି କାଟୁ / ରଜନୀ କାନ୍ତ ପାତ୍ର) : ଦକ୍ଷିଣ ଓଡ଼ିଶାର ବଡ଼ ମେଡ଼ିକାଲର ବଡ଼ ଗୁମର । MKCGରେ ପୁଣି ଦେଖାଦେଲା ଅନ୍ଧାରୀ ଚିକିତ୍ସା । ମହମବତୀ ଏବଂ ଟର୍ଚ୍ଚ ଲାଇଟ ଲଗାଇ କରାଯାଉଛି ଚିକିତ୍ସା । ବ୍ରହ୍ମପୁର MKCG ହସ୍ପିଟାଲରେ ଥିବା କ୍ୟାନ୍ସର ୱାର୍ଡ ଆଉଟ ଡୋରରେ ରୋଗୀକୁ ଅନ୍ଧାରୀ ଚିକିତ୍ସା ଦିଆଯାଇଛି । ଗଛ ଲାଗି ବିଦ୍ୟୁତ ବିଭ୍ରାଟ ଯୋଗୁଁ ବିଦ୍ୟୁତ କଟାଯାଇଥିଲା । ତେଣୁ ଚାଲିଲା ଅନ୍ଧାରୀ ଚିକିତ୍ସା। ତେବେ ମେଡିକାଲରେ ବିଦ୍ୟୁତ କଟିବାର ଦୀର୍ଘଦିନ ହୋଇଥିଲେ ମଧ୍ୟ କ୍ୟାନ୍ସର ୱାର୍ଡକୁ ଜେନେରେଟର ସଂଯୋଗ ହୋଇପାରିଲା ନାହିଁ । ଏକାଧିକ ରୋଗୀଙ୍କ ଗହଳି ହେତୁ ବାଧ୍ୟ ହୋଇ ଏମିତି ଚିକିତ୍ସା କରାଯାଇଥିବା କୁହାଯାଉଛି ।

 

Related posts

ବାଇକକୁ ପିଟିଲା ଟ୍ରକ, ବାଇକ ଆରୋହୀ ମୃତ

mahabharatanews

ଆସନ୍ତାକାଲି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି

mahabharatanews

ପୋଲ ତଳକୁ ଖସିପଡିଲା କେରଳରୁ କୋଲକାତା ଆସୁଥିବା ପ୍ରବାସୀଙ୍କ ବସ

mahabharatanews