ଓଡିଶା

ଅଗ୍ନିକାଣ୍ଡରେ ୩୦ରୁ ଉଦ୍ଧ୍ୱର୍ ଘର ପୋଡି ପାଉଁଶ

(ମହାଭାରତ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩୦ରୁ ଅଧିକ ଘର ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁଯାୟୀ, ସୋମବାର ସକାଳେ ଗାଁର ନୂଆ ସାହିରେ କୌଣସି କାରଣ ବଶତଃ ଏକ ଘରେ ନିଆଁ ଲାଗି ଯାଇଥିଲା । ଏହାପରେ ନିଆଁ ବ୍ୟାପି ଯିବାରୁ ୩୦ରୁ ଅଧିକ ଘର ପୋଡି ଛାରଖାର ହୋଇଯାଇଛି । ଅଧିକାଂଶ ଘର ଚାଳ ଛପର ହୋଇଥିବାରୁ ନିଆଁ ଅତିଶୀଘ୍ର ବ୍ୟାପି ଯାଇଥିଲା । ଖବର ପାଇ ପୁରୁଷୋତ୍ତମପୁର ଅଗ୍ନିଶମ ବିଭାଗର ଦୁଇଟି ଗାଡି ଆସି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ନିଆଁରେ ପୋଡି ହୋଇଯାଇଥିବା ସମ୍ପତ୍ତିର ମଧ୍ୟ ଆକଳନ କରାଯାଇପାରି ନାହିଁ ।

Related posts

ବସ୍, ସ୍କୁଟି ମୁହାଁ ମୁହିଁ….

mahabharatanews

ଦୁଇଟି ନୂଆ ବିଲ୍ଡିଂର ହେଲା ଉଦଘାଟନ

mahabharatanews

ବଢୁଛି ସାଇବର ଠକେଇ ମାମଲା ;ମାସକରେ ୧ କୋଟି ୩୮ଲକ୍ଷ ଟଙ୍କା ଲୁଟ୍

mahabharatanews