ଓଡିଶା

ଆନ୍ଧ୍ରରେ ଅଟକିଛନ୍ତି ୪୨ ଛାତ୍ର ଛାତ୍ରୀ

ଜଳେଶ୍ୱର: କୋରୋନା ପାଇଁ ଆନ୍ଧ୍ରରେ ଅଟକିଲେ ୪୨ ଛାତ୍ରଛାତ୍ରୀ । ବିଇଡ଼ି ପରୀକ୍ଷା ଦେବା ପାଇଁ ଓଡ଼ିଶାରୁ ଆନ୍ଧ୍ରକୁ କୁ ୪୨ ଜଣ ପରିକ୍ଷାର୍ଥୀ ଯାଇଥିଲେ । ମାର୍ଚ୍ଚ ୧୬ ରୁ ପରୀକ୍ଷା ଆରମ୍ଭ ହୋଇ ୨୧ ତାରିଖ ଶେଷ ପରୀକ୍ଷା ଥିଲା । ୨୨ ତାରିଖ ଘରକୁ ଫେରିଥାନ୍ତେ । ତେବେ ୨୨ ତାରିଖ ଜନତା କର୍ଫ୍ୟୁ ପାଇଁ ଟ୍ରେନ ବାତିଲ ହୋଇଥିଲା । ୨୩ ତାରିଖ ଲକ ଡାଉନ ପାଇଁ ପୁଣି ଟ୍ରେନ ବାତିଲ ଓ ତକ୍ରାକ ଟିକଟ କେନ୍ସେଲ ହେଲା । ଯେଉଁଥିପାଇଁ ସେମାନେ ରୁମରୁ ବାହାରି ପାରି ନଥିଲେ । ଏବେ ୪୨ ଜଣ ଛାତ୍ରଛାତ୍ରୀ ଭୋକ ଉପାସରେ ଏକ ରୁମ ଭିତରେ ପଡି ରହିଛନ୍ତି । ସେମାନଙ୍କ ଭିତରେ ୨୦ ଜଣ ବାଲେଶ୍ୱରର ବିଭିନ୍ନ ବ୍ଲକ ଅଞ୍ଚଳର ରହିଛନ୍ତିୟ । ସେମାନଙ୍କ ଭିତରେ ୨୪ ଜଣ ମହିଳା ଥିବା ବେଳେ,୧୮ ଜଣ ପୁରୁଷ ଅଛନ୍ତି । ସବୁଠୁ ବଡ଼ କଥା ହେଉଛି ସେମାନଙ୍କ ମଧ୍ୟରୁ ଦୁଇଜଣ ମହିଳା ଗର୍ଭବତୀ ଥିବା ସୂଚନା ମିଳିଛି । ଅନ୍ୟ ପଟେ ଛାତ୍ରଛାତ୍ରୀ ମାନେ ଏକ ଭିଡିଓ କରି ସେମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିବା ବେଳେ ଓ ତାଙ୍କ ପରିବାର ଲୋକେ ଏବେ ଭୟଭୀତ ଅବସ୍ଥାରେ ରହି ସେମାନଙ୍କ ପିଲାମାନଙ୍କୁ ରାଜ୍ୟ ସରକାରଙ୍କୁ ସହାୟତ ମାଗିବା ସହିତ ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି ।

Related posts

ଥମୁନି ମଣିପୁର ହିଂସା : ଜୁଲାଇ ୧୦ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ

mahabharatanews

୪୪୭ ଏସ୍ଆଇ ପାଇଁ ଆବଦେନ କଲେ ୧ ଲକ୍ଷ ୩୩ ହଜାର, ୨୬ କିନ୍ନର

mahabharatanews

 ସୁଦାମ ମାର୍ଣ୍ଡିଙ୍କୁ ମିଳିଲା ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ 

mahabharatanews