Uncategorized

ଓମାର, ମୁଫ୍ତି ଆତଙ୍କବାଦୀ ନୁହଁନ୍ତି: ନାଜିର ଅହମଦ

ନୂଆଦିଲ୍ଲୀ: ସାଧାରଣ ସୁରକ୍ଷା ଆଇନ (ପିଏସଏ) ଅନ୍ତର୍ଗତ ନାସନାଲ କନ୍ଫେରେନ୍ସ ନେତ।। ଓମାର ଅବଦୁଲ୍ଲା ଓ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ନେତା ମେହବୁବା ମୁଫ୍ତିଙ୍କୁ ବନ୍ଦୀ କରିବା ଘଟଣାରେ ରାଜ୍ୟସଭା ସାଂସଦ ନାଜିର ଅହମଦ କେନ୍ଦ୍ର ସରକାରଙ୍କୁ ସମାଲୋଚନା କହିଛନ୍ତି । ସେ ଆହୁରି କହିଛନ୍ତି ଉଭୟ ଓମାର ଓ ମୁଫ୍ତି କୌଣସି ଆତଙ୍କବାଦୀ ବା ଦେଶଦ୍ରୋହୀ ନୁହଁନ୍ତି ।

ପିଏସଏ ଏକ କଠୋର ଆଇନ । ଏହା ସ୍ମଗଲରଙ୍କ ପାଇଁ ଉଦ୍ଦିଷ୍ଟ । ଓମାର ଓ ମୁଫ୍ତି କୌଣସି ଆତଙ୍କବାଦୀ ବା ଦେଶ ବିରୋଧି ନୁହଁନ୍ତି । ସେମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ । ତେଣୁ ସରକାରକୁ ଏହି ମାମଲା ଉପରେ ଗୁରୁତ୍ୱର ସହ ବିଚାର କରିବା ଆବଶ୍ୟକ । ଉଭୟ ପୂର୍ବତନ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀଙ୍କୁ ଗତବର୍ଷ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ପରେ ବନ୍ଦୀ କରାଯାଇଥିଲା । ଏହା ପରେ ଗତ ଡିସେମ୍ବରରେ ଫାରୁକ ଅବଦୁଲ୍ଲାଙ୍କୁ ପିଏସଏ ଅନ୍ତର୍ଗତ ୩ ମାସ ପାଇଁ ଗୃହ ବନ୍ଦୀ ରଖାଯାଇଥିଲା ।

Related posts

ଦିଲ୍ଲୀ ମୁହାଁ ପଙ୍ଗପାଳ

mahabharatanews

ସିଏଏ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ସନ୍ଦେହ

mahabharatanews

ଭାରତ ହେବ ରକ୍ଷା ବିନିର୍ମାଣ କେନ୍ଦ୍ର: ପ୍ରତିରକ୍ଷା ମନ୍ତ୍ରୀ

mahabharatanews