ଓଡିଶା

ଓୟୁଏଟି ଭେଟେନ।ରୀ କଲେଜ ଛାତ୍ରଛାତ୍ରୀଙ୍କ ଅନଲାଇନ ପରୀକ୍ଷା ଦାବି

ଭୁବନେଶ୍ୱର: କରୋନା ମଧ୍ୟରେ ଅନଲାଇନ ଶିକ୍ଷା ଦାନହୋଇଥିଲା । ଏବେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁଥିବାରୁ ପରୀକ୍ଷାକୁ ଅଫଲାଇନ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ବିରୋଧ କରି ଓୟୁଏଟି ଭେଟେନ।ରୀ କଲେଜ ଛାତ୍ରଛାତ୍ରୀମାନେ ଅନଲାଇନ ପରୀକ୍ଷା ଦାବିରେ ଅଡି ବସିଛନ୍ତି । ଓୟୁଏଟି ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷାକୁ ବିରୋଧ କରି ୩ ଦିନ ଧରି ଭିସିଙ୍କ ଅଫିସ ସମ୍ମୁଖରେ ଧାରଣାରତ । ଛାତ୍ରଛାତ୍ରୀଙ୍କ ଯୁକ୍ତି, ବହୁ ଛାତ୍ରଛାତ୍ରୀ କରୋନାରେ ପୀଡିତ ଅଛନ୍ତି । ଯଦି ଅଫଲାଇନ ପରୀକ୍ଷ ହେବ ପୀଡିତ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାରିବେ ନାହିଁ । ତେଣୁ ଅଫଲାଇନ ପରୀକ୍ଷାକୁ ବ।।ତିଲ କରି ଅନଲାଇନରେ ପରୀକ୍ଷା କରିବାକୁ ଧାରଣାରେ ଛାତ୍ରଛାତ୍ରୀ । ୩ ଦିନ ଧରି ଧାରଣାରେ ବସିବା ପରେ ମଧ୍ୟ ଏପର୍ଯ୍ୟନ୍ତି ଏହାର ସମାଧାନ ପାଇଁ ଓୟୁଏଟି ଭିସି କୌଣସି ପଦକ୍ଷେପ ନେଇ ନ ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।

Related posts

ପୁଅ ମୃତ୍ୟୁ ର ୩ଦିନରେ ବାପାର ମୃତ୍ୟୁ…

mahabharatanews

ଦିନ ରାତି ଲୋକଙ୍କ ସେବାରେ ଲାଗିଛନ୍ତି ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ

mahabharatanews

କରୋନା ଯୋଦ୍ଧାଙ୍କୁ ମାସ୍କ ବଣ୍ଟନ

mahabharatanews