ନୂଆଦିଲ୍ଲୀ: ଔଷଧ ବିକ୍ରି ପାଇଁ ମିଛ ବିଜ୍ଞାପନ କିମ୍ବା ଅତିରଞ୍ଜିତ ବିଜ୍ଞାପନ ପାଇଁ ଔଷଧ କମ୍ପାନୀ ବିରୋଧରେ ଅପରାଧିକ ମାମଲା ରୁଜୁ ହେବ । ସରକାର ଔଷଧ ସମ୍ବନ୍ଧୀୟ ବିଜ୍ଞାପନ ଉପରେ ଲଗାମ ଲଗାଇବା ଲକ୍ଷ୍ୟରେ ଅଛନ୍ତି । ତେଣୁ ପୁରୁଣା ଆଇନରେ ସଂଶୋଧନ କରିବାକୁ ସରକାର ବିଚାର କରୁଥିବା ଜଣାପଡିଛି ।
ବିଭିନ୍ନ ମୃଦ୍ରଣ, ବୈଦ୍ୟୁତିକ ଓ ଡିଜିଟାଲ ଗଣମାଧ୍ୟମରେ ଏପରି ବିଜ୍ଞାପନ ଜାରି କରାଯାଇ ଲୋକଙ୍କୁ ଭୁଆଁ ବୁଲାଯାଉଛି । ସଂଭୋଗ କାଳିନ ସମସ୍ୟାର ସମାଧାନ ପାଇଁ ଅନେକ ଔଷଧ, ମଲମ, ତୈଳର ବିକ୍ରି ପାଇଁ ବିଜ୍ଞାପନ ବାହାରୁଛି । ଏହି ବିଜ୍ଞାପନରେ ଔଷଧ କମ୍ପାନୀଗୁଡିକ ମାତ୍ରାଧିକ ଅତିରଞ୍ଜିତ କରି ଔଷଧ ବିକ୍ରି ପାଇଁ ଚେଷ୍ଟା କରୁଛନ୍ତି ଓ ଲୋକଙ୍କ ଆବଗ ଓ ଦୁର୍ବଳତାର ଫାଇଦା ଉଠ।।ଉଛନ୍ତି । କିନ୍ତୁ ବିଜ୍ଞାପନରେ ଔଷଧର ପାଶ୍ୱର୍ର୍ ପ୍ରତିକ୍ରିୟା ସମ୍ପର୍କରେ ଉଲ୍ଲେଖ ରହୁନାହିଁ । ସେହିପରି କାସ, କ୍ୟାନସର ଆଦି ରୋଗ ପାଇଁ ଯେଉଁ ବିଜ୍ଞାପନ ଔଷଧ କମ୍ପାନୀଗୁଡିକ ଦେଉଛନ୍ତି, ସେଥିରେ ଅଧିକ ମିଛ ତଥ୍ୟ ଦିଆଯାଉଛି । ଏହା ଜଣା ପଡିବା ପରେ ଏବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞାପନ ଆଇନରେ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ହୋଇଛି । ଏଥିନେଇ ଏକ କମିଟି ଗଠନ କରାଯାଇଛି । ଏହି କମିଟି ନୂତନ ଆଇନକୁ ନେଇ ସରକାରକୁ ପ୍ରସ୍ତାବ ଦେବ ଓ ସରକାର ନୂଆ ଆଇନ ଲାଗୁ ବାବଦରେ ବିଚାର କରିବେ ।
previous post
next post