Uncategorized

କପିଲଙ୍କ ପରେ ଆପ ନେତାଙ୍କ ସିଏଏକୁ ସମର୍ଥନ

ନୂଆଦିଲ୍ଲୀ: କଂଗ୍ରେସ ନେତା କପିଲ ସିବଲଙ୍କ ସିଏଏକୁ ନେଇ ବୟାନ ଆସିବା ପରେ ଆମ ଆଦମୀ ପାର୍ଟି (ସିଏଏ) ନେତା ସଂଜୟ ସିଂହ ରବିବାର କହିଛନ୍ତି, ଥରେ କୌଣସି ଆଇନ ସଂସଦରେ ଗୃହୀତ ହେବା ପରେ କୌଣସି ରାଜ୍ୟର ସରକାର ଏହାକୁ ଲାଗୁ କରିବା ଉପରେ ପ୍ରତିବନ୍ଧକ ଲଗାଇ ପରିବ ନାହିଁ । କପିଲ ସିବଲ ଯାହା କହିଛନ୍ତି ତାହା ଆଇନତଃ ଠିକ । ରାଜ୍ୟ ବିଧାନସଭାରେ କୌଣସି ପ୍ରସଙ୍ଗ ଉପରେ ଆଲୋଚନା ହେବା ଏକ ଭଲ ଅଭ୍ୟାସ କିନ୍ତୁ ଏହାକୁ ରାଜ୍ୟରେ ଲାଗୁ କରିବା ବନ୍ଦ କରାଯାଇ ପାରିବ ନାହିଁ ବୋଲି ସିଂହ କହିଛନ୍ତି ।
ସିଂହଙ୍କ ଏହି ବୟାନର କିଛି ସମୟ ପରେ ବରିଷ୍ଠ କଂଗ୍ରେସ ନେତା ରବିବାର ଦିନ କହିଛନ୍ତି, ଥରେ ସୁପ୍ରିମ କୋର୍ଟ ଏହାକୁ ସାମ୍ବିଧାନିକ ଘୋଷଣା କରିବା ପରେ ଏହାକୁ ବିରୋଧ କରିବା ସମସ୍ୟା ସୃଷ୍ଟି କରିବ । ତେବେ ଏହା ପରେ ସେ କହିଛନ୍ତି, ପ୍ରତ୍ୟେକ ରାଜ୍ୟ ବିଧାନସଭାର ସାମ୍ବିଧାନିକ ଅଧିକାର ଅଛି କି ସେଠରେ ସିଏଏ ବିରୋଧରେ ରିଯୋଲୁସନ ପାସ କରିବା ଦରକାର । ସିବଲ ଟୁଇଟ ମାଧ୍ୟମରେ ଏହା କହିଛନ୍ତି । ପୂର୍ବରୁ ସିବଲ କହିଥିଲେ, କୌଣସି ରାଜ୍ୟ କହିପାରିବ ନାହିଁ କି ଏହାକୁ ରାଜ୍ୟରେ ଲାଗୁ କରାଯାଇ ପାରିବ ନାହିଁ ଯଦିଓ ଏହା ଅସାମ୍ବିଧାନିକ ।

Related posts

ଜାତିସଂଘ ମୁଖ୍ୟାଳୟରୁ ସିଧାପ୍ରସାରଣ କରାଯିବ ପ୍ରଧାନମନ୍ତ୍ରୀଙ୍କ ମନ କି ବାତର ୧୦୦ତମ ଅଧ୍ୟାୟ

mahabharatanews

ମହାଶିବରାତ୍ରି ନେଇ ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ

mahabharatanews

ସଂସ୍କାର ଅଭାବରୁ ବିଦେଶ ଯାଉଥିବା ପିଲା ଖାଉଛନ୍ତି ବିଫ: ଗିରିରାଜ

mahabharatanews