ଓଡିଶା

ସମ୍ଭାବ୍ୟ ବାତ୍ୟା ପାଇଁ ଅଧିକାରୀଙ୍କ ଛୁଟି ବାତିଲ କଲେ ଗଜପତି ଜିଲ୍ଲାପାଳ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଗଜପତି ଜିଲ୍ଲାରେ ଅଧିକାରୀଙ୍କ ଛୁଟି ବାତିଲ । ୨୫ ଓ ୨୬ ତାରିଖରେ ବାତ୍ୟାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରିବା ସହ ଅଧିକାରୀ ହେଡକ୍ୱାଟର୍ସରେ ରହିବାକୁ ତଥା ବିନା ଅନୁମତିରେ କେହି ହେଡକ୍ୱାଟର୍ସ ଛାଡିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲାବାସୀଙ୍କୁ ଗଞ୍ଜାମ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ବାତ୍ୟାକୁ ନେଇ ସମସ୍ତେ ସତର୍କ ଓ ସଚେତନ ରହିବାକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିବେଦନ କରିଛନ୍ତି । ସେ ଆହୁରି କହିଛନ୍ତି, ଆସନ୍ତା ୨୬ ଓ ୨୭ ତାରିଖ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ଏହା ପ୍ରଭାବରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ଥିବା ବେଳେ ଆସନ୍ତା କାଲି ବେଗ ୮୦ କିମି ଛୁଇଁପାରେ । ତେଣୁ ଆମକୁ ସତର୍କ ରହିବାକୁ ହେବ ।
ପ୍ରବଳ ବର୍ଷା ଯୋଗୁ ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ଏହା କ୍ଷୟକ୍ଷତିର ଆକଳନ ପାଇଁ ଟିମ୍ ଗଠନ କରାଯାଇଛି। ସମ୍ଭାବ୍ୟ ବାତ୍ୟା ପାଇଁ ନାପୁର ଓ ଗୋପାଳପୁର ବିଚ୍କୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସମସ୍ତେ ସତର୍କ ଓ ସଚେତନ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ନିବେଦନ କରିଛନ୍ତି।

 

Related posts

ବିଧାନ ପରିଷଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଉଦ୍ଧବ

mahabharatanews

ଆରମ୍ଭ ହେଲା ମତଦାନ, ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ଲକ୍ ହେବ

mahabharatanews

ବସ୍, ରେଳ ଷ୍ଟେସନ, ଦୋକାନ ପୋଡିଲେ ଆନ୍ଦୋଳନକାରୀ

mahabharatanews