ଓଡିଶା

କୁଡିଆରେ ନିଆଁ ଲାଗି ୨ ଭଉଣୀ ଜୀବନ୍ତ ଦଗ୍ଧ

(ମହାଭାରତ, ଉମରକୋଟ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ମଇନାପଦର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଏକ କୁଡିଆରେ ୨ ଭଉଣୀ ଖେଳୁଥିବା ବେଳେ ନିଆଁ ଲାଗିଯିବାରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି । ସୂଚନା ଅନୁଯାୟୀ, ଏହି ଗାଁର କାମସାହିରେ ଗତକାଲି ଅପରାହ୍ନରେ ଏକ ମକା କିଆରୀରେ ଥିବା ଏକ କୁଡିଆରେ ଗୋଟିଏ ପରିବାରର ୩ ଭଉଣୀ ଖେଳୁଥିବା ବେଳେ କିଛି ଦୂରରେ ସେମାନଙ୍କ ବାପା ମା’ ଜମିରେ କାମ କରୁଥିଲେ । ଏହି ସମୟରେ କୌଣସି କାରଣରୁ ଅଚାନକ କୁଡିଆରେ ନିଆଁ ଲାଗିଯାଇଥିଲା । ଏହା ଦେଖି କୁଡିଆ ଭିତରୁ ସେମାନଙ୍କ ମଧ୍ୟରୁ ଜଣେ ବାହାରକୁ ଦୌଡି ପଳାଇ ଆସିଥିଲେ । କିନ୍ତୁ ଅନ୍ୟ ଦୁଇ ଭଉଣୀ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ତେବେ କୁଡିଆରେ କିଭଳି ନିଆଁ ଲାଗିଲା ତାହା ଜଣା ପଡିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

 ଓଡ଼ିଶାରେ ୬୭. ୫୯ ପ୍ରତିଶତ ମତଦାନ

mahabharatanews

 ଭୁବନେଶ୍ବରରେ ଜେପି ନଡ୍ଡାଙ୍କ ରୋଡ୍‌ ସୋ’ 

mahabharatanews

ନାଉଗାଁ ଝିଅ ଓ.ଏ.ଏସ. ପରୀକ୍ଷାରେ ସଫଳ

mahabharatanews