ଅପରାଧ

କେନ୍ଦ୍ର ମାନବାଧିକାର କମିଶନ ଗଲା ସୌମ୍ୟ ମାମଲା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟ ମୃତ୍ୟୁ ମାମଲା କେନ୍ଦ୍ର ଦ୍ୱାରସ୍ଥ ହେଲେ ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାଶ । ଗତ ୧୨।୭। ୨୦୨୧ରେ ସୌମ୍ୟଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ସୌମ୍ୟଙ୍କ ପରିବାର ଯୋଜନାବଦ୍ଧ ହତ୍ୟା ଅଭିଯୋଗ ଆଣି ଆସୁଥିଲେ ମଧ୍ୟ ପୁଲିସର ତଦନ୍ତ ପ୍ରଭାବିତ ହୋଇଥିବା ରାଜ୍ୟବ୍ୟାପି ଚର୍ଚ୍ଚା ହେଉଛି । ତେଣୁ ସୌମ୍ୟଙ୍କୁ ନ୍ୟାୟ ଦେବାକୁ ଓ ତଦନ୍ତକୁ ସଠିକ ମର୍ଗରେ କରିବାକୁ ସୁବ୍ରତ ଆବେଦନ କରିଛନ୍ତି । କିଛି ଦିନତଳେ ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଓଡିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ।
ଅନ୍ୟପଟେ ଆଜି ଏକ ୪ ଜଣିଆ ଟିମ ବିଦ୍ୟାଭାରତୀଙ୍କ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ୪ ଜଣିଆ ପୁଲିସ ଟିମ୍ ବିଦ୍ୟାଭାରତୀଙ୍କୁ ଜେରା କରିଛି। ଦୀର୍ଘ ୪ ଘଣ୍ଟା ଧରି ପଚରାଉଚରା କରାଯାଇଛି । ବିଦ୍ୟାଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସୌମ୍ୟ ଯେଉଁଦିନ ପୋଡ଼ି ଯାଇଥିଲେ, ସେହିଦିନ ବିଦ୍ୟାଭାରତୀଙ୍କୁ ଆଣିବାକୁ ଯାଇଥିବା ଗାଡ଼ି ଚାଳକଙ୍କୁ ବି ପୁଲିସ ଜେରା ହୋଇଥିବା ସୂଚନା ମିଳିଛି।

 

Related posts

କାମାସକ୍ତଙ୍କ ବର୍ବର କାଣ୍ଡ

mahabharatanews

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀ ଗିରଫ

mahabharatanews

୬୦ ଟଙ୍କା ପାଇଁ ବନ୍ଧୁ ହେଲା ବଇରି

mahabharatanews