(କଣିହାଁ/ଜ୍ୟୋତିରଞ୍ଜନ ଧର) : କୋଇଲା ଚୋରି କରୁଥିବା ଅଭିଯୋରେ ଏନଟିପିସି ଥାନା ୩ ଜଣ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ ବଡସଢଶ ଗ୍ରାମର ପୁରେନ୍ଦ୍ର ବେହେରା,ବଡପଦା ଗାଁର ବାଉରିବନ୍ଧୁ ମହାନ୍ତି ଓ ଦଣସିଂହା ଗ୍ରାମର ଉମାକାନ୍ତ ମହାନ୍ତି ।
ସୂଚନାନୁଯାୟୀ , ବାରମ୍ବାର ବେଆଇନ ଚୋରା କୋଇଲା ଚାଲଣ ବିଷୟରେ ଅଭିଯୋଗ ହୋଇଆସୁଥିଲା । କୌଣସି ଏକ ବିଶେଷ ସୁତ୍ରରୁ ଖବର ପାଇ ଗତକାଲି ଭୋର ପ୍ରାୟ ୫ଟା ବେଳେ ଚୋରା କୋଇଲା ବୋଝେଇ ମିନିଟ୍ରକ ଆସୁଥିବା ନେଇ ପୋଲିସ ଅତର୍କିତ ଚଢାଉ କରି କୋଇଲା ବୋଝେଇ ଟ୍ରକ ସହ ୨ ଜଣକୁ ଘଟଣା ସ୍ଥଳରୁ ଗିରଫ କରିଛି । ଗିରଫ କରିଥିବା ଦୁଇ ଜଣକୁ ପୁଲିସ ଥାନାକୁ ଆଣି ପଚରା ଉଚରା କରିବାରୁ ସେମାନେ ତାଙ୍କ ଆଉ ଜଣେ ସହଯୋଗିଙ୍କ ନାଁ କହିଥିଲେ ।ଦୁଇ ଅଭିଯୁକ୍ତ କହିବାନୁଯାୟୀ ପୁଲିସ ଅନ୍ୟ ଅଭିଯୁକ୍ତକୁ ଗିରଫ କରିବାକୁ ଚଢାଉ ଆରମ୍ଭ କରିଥିଲା । ଶେଷରେ ସେମାନଙ୍କ ଅନ୍ୟତମ ସହଯୋଗୀକୁ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି ।