ଓଡିଶା

କୋଭିଡ ୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କାର ସହାୟତା

(ପାରାଦ୍ବୀପ -ପ୍ରଶାନ୍ତ କୁମାର ସ୍ବାଇଁ): ପାରାଦ୍ବୀପ ବୃନ୍ଦାବନ କଲୋନୀ ବସ୍ତି ସୁରକ୍ଷା ସଙ୍ଘ କୋଭିଡ ୧୯ ଯୁଦ୍ଧରେ ସାମିଲ ହୋଇଛି । ୨୦ ହଜାର ଟଙ୍କା ସହାୟତାର ହାତ ବଢାଇଛି ଏହି ସଂଘ । ଦେଶରେ କୋଭିଡ-୧୯ କୁ ନେଇ ଲକ ଡାଉନ ଥିବାବେଳେ, ଦେଶର ଆର୍ଥିକ ଅଭିବୃଦ୍ଧି ହାର ହ୍ରାସ ପାଇଛି। ଏହି ପରିସ୍ଥିତିରେ କରୋନା ଭଳି ମହାମାରୀ କୁ ପ୍ରତିହତ କରିବା ସହିତ ଦେଶର ଆର୍ଥିକ ସ୍ଥିତି ରେ ସୁଧାର ଆଣିବା ପାଇଁ ପ୍ରତ୍ୟେକ ନାଗରିକଙ୍କ ସହଯୋଗ ନିହାତି ଆବଶ୍ୟକ। ଏଭଳି ସ୍ଥିତିରେ ଆଗକୁ ଆସିଛି ପାରାଦ୍ବୀପ ବୃନ୍ଦାବନ କଲୋନୀ ବସ୍ତି ସୁରକ୍ଷା ସଙ୍ଘ। ସଙ୍ଘ ପକ୍ଷରୁ ପ୍ରାଥମିକ ପର୍ୟ୍ୟାୟରେ ୨୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ୍ ଫଣ୍ଡ୍ କୁ ପ୍ରଦାନ କରାଯାଇଛି। ଆଜି ସଙ୍ଘର କର୍ମକର୍ତ୍ତା ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର୍ ଙ୍କ ନିକଟରେ ପହଞ୍ଚି ୨୦ ହଜାର ଟଙ୍କାର ଡିଡି ପ୍ରଦାନ କରାଯାଇଛି। ପରବର୍ତ୍ତୀ ପର୍ୟ୍ୟାୟରେ ଆହୁରି ଅର୍ଥ ପ୍ରଦାନ କରାଯିବ ବୋଲି ସଙ୍ଘ ର ସଭାପତି ସୂଚନା ଦେଇଛନ୍ତି।

Related posts

ଶାରଳା ମନ୍ଦିରରେ ନୂଆ ନିୟମ ; ମନ୍ଦିର ଭିତରକୁ ମୋବାଲଇ ମନା

mahabharatanews

ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ 

mahabharatanews

ଆଜିଠୁ ଭୁବନେଶ୍ବରରେ ସ୍ବାଭାବିକ ହେବ ଟ୍ରେନ୍ ସେବା

mahabharatanews