ଓଡିଶା

ପିଲାଙ୍କୁ ବହି ବୁହାଇଲେ ସିଆରସିସି

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ସାରା ଦେଶରେ କରୋନାର ଭୟାବହତା ଦିନକୁ ଦିନ ବଢିବା ଦେଖି ସରକାର ଲକଡାଉନ ଘୋଷଣା କରିଥିଲେ। ଲକଡାଉନ ହେତୁ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଥିଲା। ତେବେ ଏହି ଛୁଟିରେ ପିଲାମାନଙ୍କୁ ଘରେ ରହି ପାଠ ପଢିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜି ଶିକ୍ଷକ ଘରୁ ଛାତ୍ରଛାତ୍ରୀଙ୍କୁ ଡାକି ବହି ବୁହାଇଥିଲେ।

ଲକଡାଉନ ସମୟରେ ଶିକ୍ଷାର ଏଭଳି ଅଭାବନୀୟ ଚିତ୍ର ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ତାରଲାକୋଟା ପଞ୍ଚାୟତର ସି-କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଲକଡାଉନରେ ପିଲାମାନେ ଘରୁ ନ ବାହାରି କିପରି ଘରେ ରହି ପାଠ ପଢିବେ ଏବଂ ସରକାରୀ ବହି କିପରି ପିଲାମାନଙ୍କ ଘରେ ଘରେ ପହଞ୍ଚିବ ଏନେଇ ସରକାର ଶିକ୍ଷା ବିଭାଗକୁ କଡାକଡି ଭାବେ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଉକ୍ତ ନିୟମକୁ ଖାତିର ନକରି ତାରଲାକୋଟା ଅଞ୍ଚଳର ସିଆରସିସି ଶରତ ଚନ୍ଦ୍ର ପାଢ଼ୀ ପିଲାଙ୍କୁ ଘରୁ ଡାକି ନିର୍ଦ୍ଧୁମ ଖରାରେ ବହି ବୁହାଇଥିଲେ। ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଉଛି କରୋନା ନିମନ୍ତେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ସିଆରସିସି ଏହି ନିୟମକୁ ନମାନି ପ୍ରଚଣ୍ଡ ଖରାରେ ପିଲାମାନଙ୍କୁ ଶ୍ରମିକ ଭାବେ କାମ କରାଉଥିଲେ।

ତେବେ ଏସବୁ ଦେଖି ଗ୍ରାମବାସୀ ସିଆରସିସି ମହୋଦୟଙ୍କୁ ପଚାରିବାରୁ ସେ ଗ୍ରାମବାସୀଙ୍କ କଥାକୁ ଆଡେଇ ପିଲାମାନଙ୍କ ବହି କଣ ଆମେ ବୋହିବୁ, ଆମେ କଣ ଶ୍ରମିକ ବୋଲି ଓଲଟା ଗ୍ରାମବାସୀଙ୍କୁ ପ୍ରଶ୍ନ କରିଥିଲେ।

Related posts

ଏବେ ବଜାରରେ ଉପଲବ୍ଧ ହେବ କରୋନା ଔଷଧ

mahabharatanews

୧୪୮ କୋଟି ବ୍ୟୟ ଅଟକଳରେ ପୁନଃନିର୍ମାଣ ହେଉଛି ଇନ୍ଦ୍ରାବତୀ ପାର୍କ

mahabharatanews

ବରିଷ୍ଠ ଓଏଏସ ଅଫିସରସ୍ତରରେ ଅଦଳବଦଳ

mahabharatanews