ଭାରତ

ଗୁଗୁଲ ଦେବ ୯୨୧ କୋଟିର କ୍ଷତିପୂରଣ

ନୂଆଦିଲ୍ଲୀ : ଆମେରିକାସ୍ଥିତ ଗୁଗୁଲ କମ୍ପାନୀରେ ମହିଳା ଓ ପୁରୁଷ କର୍ମଚାରୀଙ୍କ ମଧ୍ୟରେ ଚାଲିଥିବା ବିବାଦର ଅବସାନ ହୋଇଛି । କମ୍ପାନୀରେ କାର୍ଯ୍ୟରତ ପୁରୁଷ କର୍ମଚାରୀ ଅଧିକ ଦରମା ପାଉଛନ୍ତି । ତେବେ ସମାନ ସଂଖ୍ୟକ କାମ କରି ଆମଠୁ ସେମାନେ କାହିଁକି ଅଧିକ ଦରମା ପାଇବେ ବୋଲି ମହିଳା କର୍ମଚାରୀଙ୍କ ଯୁକ୍ତି ରହିଥିଲା । ଏହାର ପ୍ରତିବାଦ କରି କମ୍ପାନୀର ୩ଜଣ ମହିଳା କର୍ମଚାରୀ ବିଶ୍ୱର ଏକ ବଡ଼ କମ୍ପାନୀ ଗୁଗୁଲ କମ୍ପାନୀ ବିରୋଧରେ କୋର୍ଟରେ ମାମଲା ରୁଜୁ କରିଥିଲେ । ଏଥିସହ କାର୍ଯ୍ୟ କରୁଥିବା କମ୍ପାନୀରେ ଆକ୍ରୋଶମୂଳକ ଭାବେ ଭଙ୍ଗାରୁଜା କରିଥିଲେ । ମାତ୍ର ଦୀର୍ଘ ୫ବର୍ଷ ପରେ କମ୍ପାନୀ ନିଜର ଭୂଲ ସ୍ୱୀକାର କରି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଥିଲା ।

ମାମଲା ରୁଜୁ କରିଥିବା ୩ଜଣ ମହିଳାଙ୍କ ସମେତ କମ୍ପାନୀରେ କାର୍ଯ୍ୟ କରୁଥିବା ୧୫ହଜାର ମହିଳା କର୍ମଚାରୀଙ୍କୁ କ୍ଷତିପୂରଣ ବାବଦରେ ୯୨୧ କୋଟି ଟଙ୍କା ପ୍ରଦାନ କରିବେ । ଫଳରେ ସମଗ୍ର ବିଶ୍ୱରେ ସଂପୃକ୍ତ କମ୍ପାନୀରେ କାର୍ଯ୍ୟରତ ମହିଳାଙ୍କୁ ନ୍ୟାୟ ମିଳିଥିଲା । ତେବେ ପୁରୁଷଙ୍କ ଦରମା ଅନୁପାତରେ ମହିଳା କର୍ମଚାରୀଙ୍କୁ ସମାନ ବେତନ ଦେବ କି ନାହିଁ, ଏନେଇ କମ୍ପାନୀ ସ୍ପଷ୍ଟ କରିନାହିଁ ।

 

Related posts

ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନ ହିଂସା,ପୁଣି ୩ ମୃତ  

mahabharatanews

ଘନ କୁହୁଡ଼ି; ବିଳମ୍ବରେ ୩୦ଟି ବିମାନ

mahabharatanews

ଆଜି ତେଜସ୍ଵୀଙ୍କୁ ପଚରାଉଚରା କରିବ ଇଡି 

mahabharatanews