Uncategorized

ଚୀନରେ ଆଉ ୫ କରୋନା ପଜିଟିଭ ଚିହ୍ନଟ

ବେଜିଂ: ଚାଇନାରେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ବନ୍ଦ ହେବା ପରେ ସେଠାରେ ଜୀବନ ଯାତ୍ରା ସ୍ୱାଭାବିକ ହେବାରେ ଲାଗିଥିଲା । ଏପରି ସମୟରେ ପୁଣି ସେଠାରେ କରୋନା ସଂକ୍ରମଣ ଚିନ୍ତା ବଢାଇଛି। ପୁଣି ଶୁଲାନ ସହରରେ କରୋନା ପଜିଟିଭ ମିଳିବା ପରେ ଏହି ସହରକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ପ୍ରାୟ ୩୦ ଦିନ ପରେ ଚୀନରେ କରୋନା ପଜିଟିଭ ଚିହ୍ନଟ ହେବା ସରକାରକୁ ଚିନ୍ତାରେ ପକାଇ ଦେଇଛି। ଉହାନରେ ପ୍ରାୟ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ ଏଥିପାଇଁ ଜଣେ ଅଧିକାରୀଙ୍କ ସମେତ କେତେଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରିଥିବା ଜଣାପଡିଛି। ଯେଉଁ ଅଞ୍ଚଳରେ ସଂକ୍ରମଣ ଦେଖାଯାଇଛି ସେହି ଅଞ୍ଚଳ ଓ ତା’ର ଆଖପାଖର ପ୍ରାୟ ୫ ହଜାର ଲୋକଙ୍କ କରୋନା ଟେଷ୍ଟ କରାଯିବ ବୋଲି ସରକାର କହିଛନ୍ତି। ଚାଇନାରେ ପ୍ରଥମେ ୨୦୧୯, ଡିସେମ୍ବର ଶେଷ ବେଳକୁ କରୋନା ଭାଇରସ ଦେଖା ଦେଇଥିଲା । ଏହି ଭାଇରସ କବଜାରେ ପୂରା ଉହାନ ସହର ଆସି ଯାଇଥିଲା । ଏହାପରେ ଏହି ସହରକୁ ଲକ୍‌ଡାଉନରେ ରଖାଯାଇଥିଲା। ଉହାନରୁ କରୋନା ସଂକ୍ରମିତ ହେବା ବନ୍ଦ ହେବା ପରେ ମାର୍ଚ୍ଚ ଶେଷ ଆଡକୁ ଲକଡାଉନ ଉଠାଇ ଦିଆଯାଇଥିଲା ।

Related posts

ସେପ୍ଟେମ୍ବର ୧୦ରେ ବାୟୁସେନାରେ ସାମିଲ ହେବ ରାଫେଲ

mahabharatanews

ଏହି ନାମର ବ୍ୟକ୍ତିଙ୍କୁ ମିଳି ନଥାଏ ପ୍ରକୃତ ପ୍ରେମ

mahabharatanews

୭୬ ବର୍ଷରେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ହରିଶ ଶାହଙ୍କ ଦେହାନ୍ତ

mahabharatanews