ଓଡିଶା

ତାଳପଦା ସାଇଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ୫୦୦ ମାସ୍କ ବଣ୍ଟନ

(ଜ୍ୟୋତିରଞ୍ଜନ ଧର/ କଣିହାଁ): ସମଗ୍ର ଦେଶରେ କରୋନା ଭୁତାଣୁ କୁ ପ୍ରତିହତ କରିବା ପାଇଁ ସାରା ଦେଶ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡାଉନ (ତାଲାବନ୍ଦ) ଜାରୀ ରହିଛି । କିପରି ଏହି ମହାମାରିରୁ ରାକ୍ଷା ପାଇହେବ ସେ ନେଇ ପୋଲିସ ବାହିନୀ , ଗଣମାଧ୍ୟମ, ସ୍ୱାସ୍ଥ୍ୟକର୍ମୀ ଠାରୁ ଆରମ୍ଭ କରି ଡାକ୍ତର ସମେତ ବିଭିନ୍ନ ସାମାଜିକ ସଂଗଠନ ଏଥିପାଇ ଅହରହ ପ୍ରୟାସ ଜାରୀ ରଖିଛନ୍ତି । ଏଭଳି ସ୍ଥିତିରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ତାଳପଦା ପଞ୍ଚାୟତସ୍ଥ ସାଇ ସ୍ୱୟଂ ସହାୟକ ଗାଁ ଗାଁ ବୁଲି କରୋନାରୁ କିପରି ରକ୍ଷା ପାଇହେବ ସେ ନେଇ ଲୋକଙ୍କୁ ସଚେତନ କରିବା ସହ ନିଜ ଖର୍ଚ୍ଚରେ ୫ ଶହରୁ ଅଧିକ ମାସ୍କ ବାଣ୍ଟିଛନ୍ତି ।

ଏହି ଅଵସରରେ କଣିହାଁ ବିଡ଼ିଓ ରମେଶ କୁମାର ଜେନା, ଅତିରିକ୍ତ ତହସିଲଦାର ରବୀନ୍ଦ୍ର ସାମଲ, ସମ୍ପୃକ୍ତ ସ୍ୱୟଂସହାୟକା ଗୋଷ୍ଠିର ସଭାନେତ୍ରୀ ନିରୁପମା ବିଶ୍ୱାଳ ,ସମ୍ପାଦକ ଟୁନିଲତା ବିଶ୍ୱାଳ, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ ଓ ଜୟନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଟ୍ରକରୁ ଗଞ୍ଜେଇ ଜବତ, ୨ ଗିରଫ

mahabharatanews

୧୨ରେ ଆସୁଛି ଏକ ଘୂର୍ଣ୍ଣିବଳୟ

mahabharatanews

ଖୁବ ଶୀଘ ଡ଼ିଜିପି ଭାବେ ଦାୟିତ୍ୱ ନେବେ ଏମ.ଅଭୟ

mahabharatanews

Leave a Comment