Uncategorized

ଦେଶରେ କୋରୋନା ପରୀକ୍ଷା ପାଇଁ ୧୫ ଲାବ ସ୍ଥାପିତ

ନୂଆଦିଲ୍ଲୀ: ଭାରତରେ କୋରୋନା ଭୂତାଣୁ ସଂକ୍ରମଣ ମାମଲା ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଏହି ସଂଖ୍ୟ।। ୭୩ରେ ପହଁଚିଛି । କୋରୋନା ସମ୍ବେଦନଶୀଳତାକୁ ନେଇ ଦେଶରେ ୧୫ଟି ଲାବୋରେଟୋରୀ ସ୍ଥାପନ କରାଯାଇଥିବା ଆଜି ଲୋକସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଗୃହକୁ ଜଣାଇଛନ୍ତି । ମନ୍ତ୍ରୀ କହିଛନ୍ତି, ପୁଣେରେ ଥିବା ନାସନାଲ ଇନ୍ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜୀ ଆମର କେନ୍ଦ୍ରୀୟ ସନ୍ଦର୍ଭ (ରେଫରେନ୍ସ) ଲାବେରୋଟୋରୀ । କିନ୍ତୁ ଏହା କୌଣସି ନିୟମିତ ପରୀକ୍ଷା ନୁହେଁ ଓ ଏହା ଯେକୌଣସି ଲାବରେ ପରୀକ୍ଷା କରାଯାଇ ପାରିବ ନାହିଁ । ତେଣୁ ଆଉ ୧୫ଟି ଲାବର ସ୍ଥାପନ କରାଯାଇଛି । ବର୍ତ୍ତମାନ ଏହ।।ର ଭୟାବହତାକୁ ନେଇ ଦେଶର ୫୧ଟି ଲାବେରୋଟୋରୀ ଓ ୫୬ଟି ସଂଗ୍ରହ କେନ୍ଦ୍ର ସହ ସହଯୋଗପୂର୍ଣ୍ଣ କାର୍ଯ୍ୟ ଚାଲିଛି ।

ଦେଶରେ କୋରୋନା ସଂକ୍ରମଣର ମୋଟ ୭୩ଟି ମାମଲା ସାମ୍ନାକୁ ଅ।।ସିଛି । ସେମାନଙ୍କ ମଧ୍ୟରୁ ୫୬ଟି ଭାରତୀୟ ଓ ବିଦେଶୀ ରହିଛନ୍ତି । କେରଳରେ ସର୍ବାଧିକ ୧୭ କୋରୋନା ସଂକ୍ରମଣ ମାମଲା ରହିଥିବା ବେଳେ ମଧ୍ୟପ୍ରଦେଶରେ ୧୧, ଉତ୍ତର ପ୍ରଦେଶରେ ଜଣେ ବିଦେଶୀଙ୍କ ସମେତ ୧୦ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ପ୍ରତିହତ କରିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋରୋନାକୁ ମହାମାରୀ ଘୋଷଣା କରିବା ପରେ କେନ୍ଦ୍ର ସରକାର ଏପ୍ରିଲ ୧୫ ପର୍ଯ୍ୟନ୍ତ ଭାରତକୁ ଆସୁଥିବା ଯାତ୍ରୀଙ୍କ ଭିସା ରଦ୍ଦ କରି ଦିଆଯାଇଛି । ଲୋକଙ୍କୁ ସଂକ୍ରମଣ ପ୍ରତିହତ କରିବାକୁ ସଚେତନ କରାଯାଉଛି । ହାତକୁ ସାବୁନରେ ଧୋଇବା ସ।।ନିଟାଇଜର ବ୍ୟବହାର କରିବା, ଗହଳିକୁ ନ ଯିବା, ହସ୍ତ ମର୍ଦ୍ଦନ ନକରିବା ଆଦି କରିବାକୁ ସଚେତନ କରାଯାଉଛି ।

Related posts

ଦେଶରେ ଗତ ୨୪ ଘଣ୍ଟାରେ ୮୩ ହଜାର ୩୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଦିଲ୍ଲୀ ହିଂସା: ସାହରୁଖର ବନ୍ଧୁକ ଉଦ୍ଧାର

mahabharatanews

ନିର୍ଭୟା ଦୋଷୀଙ୍କ ସୁରକ୍ଷା ପାଇଁ ଦିନକ ଖର୍ଚ୍ଚ ୫୦ ହଜାର

mahabharatanews