ଓଡିଶା

ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

(ମହାଭାରତ, ମାଲକାନଗିରି): ମାଲକାନଗିରି ସଦର ମହକୁମାସ୍ଥିତ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ର ନିକଟରୁ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତଦେହଟି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡିଥିବା ବେଳେ ତାକୁ ଉଦ୍ଧାର କରାଯାଇଛି । ଏହି ଘଟଣା ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିବା ବେଳେ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ଗୁରୁବାର ରାତି ପ୍ରାୟ ୧୧ଟା ବେଳେ ଡାକ୍ତରଖାନା ପରିସରରେ ଥିବା ଲୋକେ ଶିଶୁ କନ୍ୟାର ମୃତଦେହ ପଡିଥିବା ଦେଖି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ଏହାସହ ପୋଲିସକୁ ମଧ୍ୟ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ତେବେ ଶିଶୁ କନ୍ୟାର ମୃତଦେହକୁ ଏଭଳି ଅବସ୍ଥାରେ କିଏ ପକାଇଛି ତାହା ସ୍ପଷ୍ଟ ହୋଇନାହିଁ । ଜନ୍ମହେବା ପରେ ଡାକ୍ତରଖାନା ନିକଟସ୍ଥ କେଉଁ ସ୍ଥାନରେ ଫିଙ୍ଗି ଦିଆଯାଇଥିଲା, ଯାହାକୁ ହୁଏତ କୁକୁର ଟାଣି ଆଣି ଡାକ୍ତରଖାନା ପରିସରରେ ପକାଇଥିବା ଅନୁମାନ କରାଯାଉଛି । ପୋଲିସ ଏନେଇ ଘଟଣାର ତଦନ୍ତ କରୁଛି ।

Related posts

୧ ବର୍ଷ ହେବ ନାନା ଅତ୍ୟାଚାର ଭୋଗୁଛୁ: ଉନ୍ନାଉ ପୀଡିତାଙ୍କ ବାପା

mahabharatanews

୫୮ଜଣ ଶ୍ରମିକଙ୍କୁ ସୀମାନ୍ତ ମୋଟୁ ଠାରେ ଡାକ୍ତରୀ ପରୀକ୍ଷା ପରେ କ୍ୱାରେଟାଂଇନ ଗୃହକୁ ପଠାଗଲା

mahabharatanews

ରେଳ ଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

mahabharatanews