ଅପରାଧ

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ: ମୌଲବୀ ଗିରଫ

ଡେରାବିଶ/କେନ୍ଦ୍ରାପଡା: କେନ୍ଦ୍ରାପଡା ଟାଉନ ଥାନା ଅଧୀନରେ ଜଣେ ନାବାଳିକାକୁ ଜଣେ ମୌଲବୀ ଦୁଷ୍କର୍ମ କରିଥିବା ଭଳି ଲଜ୍ଜାଜନକ ଘଟଣାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ମୌଲବୀକୁ ଗିରଫ କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଟାଉନ ଥାନା ଅଧୀନ ରଣପଡା ଗ୍ରାମରେ ଜନୈକ ନାବାଳିକା ଥାନା ଅଧୀନରେ ଥିବା ଏକ ମଦ୍ରାସାକୁ ଅଧ୍ୟୟନ ପାଇଁ ଯାଇଥାନ୍ତି । ସେଠାରେ ଶିକ୍ଷାଦାନ କରୁଥିବା ମୌଲବୀ ଅବଦୁଲ ସଲ।ମ(୪୨) ତାଙ୍କ ପ୍ରତି ଅସଦାଚରଣ କରି ଆସୁଥିଲା । କିନ୍ତୁ ପୀଡିତା ନାବାଳିକା ଏହି ଘଟଣାକୁ ନେଇ କାହାରିକୁ କିଛି ଭୟରେ କହୁନଥିଲା । ଗତ ସପ୍ତାହରେ ମୌଲବୀ ପୀଡିତାକୁ ଏକାଟିଆ ଦେଖି ତାଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ନାବାଳିକା କୌଶଳରେ ମୌଲବୀ କବଜାରୁ ଖସି ଆସିଥିଲା ଓ ଏସମ୍ପର୍କରେ ପରିବାର ବର୍ଗଙ୍କୁ ଜଣାଇଥିଲା । ଏହାକୁ ନେଇ ପୀଡିତାଙ୍କ ମା’ ଥାନ।ରେ ଅଭିଯୋଗ କରିଥିଲେ । ପୁଲିସ ମୌଲବୀକୁ ଗିରଫ କରି କୋର୍ଟଚାଲାଣ କରିଥିବା ଥାନା ପକ୍ଷରୁ ସୂଚନା ମିଳିଛି । ପୋଲିସ ୩୬/୨୦୨୦ରେ ଆଇପିସିର ଦଫା ୨୯୪, ୩୪୧, ୩୪୨, ୩୫୪, ୫୦୬, ୫୦୯ ଓ ପୋକ୍ସୋ ଆଇନର ୧୨ଦଫାରେ ଗିରଫ କରି କେନ୍ଦ୍ରାପଡା ଏସଡିଜେଏମଙ୍କ କୋର୍ଟରେ ହାଜର କରାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବାରିମୂଳ ଜେଲକୁ ପଠାଇଦିଆଯାଇଛି ।

Related posts

ବର୍ଷର ପ୍ରଥମ ବ୍ରାଉନ ସୁଗାର ଜବତ 

mahabharatanews

ଜମିବାଡି ବିବାଦକୁ ନେଇ ଆକ୍ରମଣ କଲେ ଶ୍ୱଶୁରଙ୍କ ପରିବାର

mahabharatanews

ପୁଅ କଲା ମା’କୁ ହତ୍ୟା

mahabharatanews