ରାଜନୀତି

ନିର୍ବାଚନରେ ବିଜୟ ପରେ ମୋଦିଙ୍କ ବୋରିଶଙ୍କୁ ଶୁଭେଚ୍ଛା

ନୂଆଦିଲ୍ଲୀ: ବିପୁଳ ସଂଖ୍ୟାଗରିଷ୍ଠତା ସହ ଇଂଲଣ୍ଡର ସାଧାରଣ ର୍ନିବାଚନରେ ବିଜୟୀ ହୋଇଛନ୍ତି ବୋରିସ ଜନ୍ସନ । ଶୁକ୍ରବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବୋରିସ୍ଙ୍କ ନେତୃତ୍ୱାଧୀନ କଞ୍ଜର୍ଭେଟିଭ୍ ପାର୍ଟି ଐତିହାସିକ ସଂସଦୀୟ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା କଥା ର୍ନିବାଚନ ଫଳାଫଳରୁ ଜାଣି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି: ବିପୁଳ ସଂଖ୍ୟାଗରିଷ୍ଠତା ସହ ପ୍ରତ୍ୟାବର୍ତ୍ତନ କରିଥିବାରୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନଙ୍କୁ ଅନେକ ଅଭିନନ୍ଦନ ।

ଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି: ତାଙ୍କୁ ମୁଁ ଶୁଭକାମନା ଜଣାଉଛି ଏବଂ ଭାରତ-ଇଂଲଣ୍ଡର ନିବିଡ଼ ସମ୍ପର୍କ ପାଇଁ ଏକତ୍ର କାମ କରିବାକୁ ଅ।ଶା କରୁଛି । ଶୁକ୍ରବାର ଦିନ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ବିପୁଳ ଭୋଟ୍ ପାଇ ର୍ନିବାଚନରେ ବିଜୟ ଲାଭ କରିଛନ୍ତି ।

Related posts

‘ଧାନ ମଣ୍ଡିରେ ଲାଗିବ ସିସିଟିଭି’

mahabharatanews

ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ

mahabharatanews

ମହାରଥୀଙ୍କ ଜନଶୁଣାଣି ଶିବିର

mahabharatanews

Leave a Comment