Uncategorized

ପାକ୍ ଅସ୍ତ୍ରବିରତି ଉଲଙ୍ଘନର ଭାରତ ଦେଲା କଡା ଜବାବ

(ଜାମ୍ମୁ): ଜାମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖାର କୃଷ୍ଣା ଘାଟି ଏବଂ ମନକୋଟ ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ଶୁକ୍ରବାର ହୋଇଥିବା ଅସ୍ତ୍ରବିରତି ଉଲଙ୍ଘନର ଭାରତ କଡା ଜବାବ ଦେଇଛି । ଭାରତୀୟ ସେନା ପକ୍ଷରୁ ପ୍ରତି ଆକ୍ରମଣ କରାଯିବା ଫଳରେ ତତ୍ତାପାନୀ ଏବଂ କୁପୱାଡା ସେକ୍ଟରରେ ଥିବା ଆତଙ୍କବାଦୀଙ୍କ ଅନେକ ଲଞ୍ଚପ୍ୟାଡ ଧ୍ୱଂସ ହୋଇଯାଇଛି । ଏହା ସହିତ କୁପୱାଡା ସେକ୍ଟରରେ ଥିବା ଆତଙ୍କବାଦୀଙ୍କ ଅନେକ ଲଞ୍ଚପ୍ୟାଡ ଧ୍ୱଂସ ହୋଇଛି । ଏହା ସହିତ କୁପୱାଡା ସେକ୍ଟର ସାମ୍ନା ଅଥମୁକ୍କମ ସ୍ଥିତ ପାକିସ୍ତାନୀ ବ୍ରିଗେଡ କାର୍ଯ୍ୟାଳୟ, ଏସଏସଜି କେନ୍ଦ୍ରକୁ ମଧ୍ୟ କ୍ଷତି ପହଞ୍ଚିଛି । ସେନାର ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଏକାଧିକ ସୈନ୍ୟ ଏବଂ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି ।

ଲଶ୍କର-ଏ-ତୋଇବା ଏବଂ ଜୈଶ ଆତଙ୍କୀ ସଂଗଠନର ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖା ନିକଟରେ ଏକାଠି ହୋଇ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଖବର ଭାରତୀୟ ସେନାକୁ ମିଳିଥିଲା । ଆତଙ୍କୀମାନେ ଅନୁପ୍ରବେଶ କରାଇବାରେ ସହଯୋଗ କରିବା ଲାଗି ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲଙ୍ଘନ କରାଯାଇଥିଲା । ଫଳରେ ଭାରତୀୟ ସେନା ପକ୍ଷରୁ ଏହାର ଜବାବ ଦିଆଯାଇଥିଲା ।

Related posts

ହନିମୁନ ପାଇଁ ଯାଆନ୍ତୁ ଥାଇଲାଣ୍ଡ

mahabharatanews

ଦିଲ୍ଲୀ ଛାଡିବା ପୂର୍ବରୁ ଜାମା ମସଜିଦରେ ଚନ୍ଦ୍ରଶେଖର

mahabharatanews

କେନ୍ୟା: ଆମେରିକା ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ

mahabharatanews

Leave a Comment