ଅପରାଧ

ପାଣି ପମ୍ପ ଚୋର ଗିରଫ

(ମହାଭାରତ, ଝାରସୁୁଗୁଡା): ଝାରସୁଗୁଡା ଜିଲ୍ଲା ଗାନ୍ଧୀ ଚୌକ ଥାନା ଅନ୍ତର୍ଗତ ରାଜପୁର ଗାଁରେ ପାଣି ପମ୍ପ ଚୋରି ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ସ୍ଥାନୀୟ ତୁରୀପଡା ଅଞ୍ଚଳ ବାସିନ୍ଦା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, କିଛି ମାସ ତଳେ ତୁରୀପଡା ଓ ରାଜପୁର ହାଇସ୍କୁଲରୁ ୩ଟି ପାଣି ପମ୍ପ ଚୋରି ହୋଇଥିଲା । ଯାହାକୁ ନେଇ ସ୍କୁଲ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଏହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପମ୍ପ ଚୋରି କରିଥିବା ଅଭିଯୁକ୍ତ ଦ୍ୱୟଙ୍କୁ ବୁଧବାର ପୋଲିସ ଗିରଫ କରିଥିଲା । ପରେ ସେମାନଙ୍କ ଠାରୁ ଚୋରି ହୋଇଥିବା ପାଣି ପମ୍ପକୁ ଜବତ କରାଯାଇଛି । ଗିରଫ ଆସାମୀ ଦ୍ୱୟଙ୍କୁ କୋର୍ଟଚାଲାଣ କରାଯାଇଛି ।

Related posts

କ୍ରାଇମ ବ୍ରାଞ୍ଚ ଏଡିଜି କହିଲେ ସନ୍ଦିଗ୍ଧଙ୍କର ହେବ ଲାଇ ଡିଟେକ୍ସନ

mahabharatanews

ଭତ୍ତା ଟଙ୍କା ପାଇଁ ଜନ୍ମକଲା ବାପାର ଜୀବନ ନେଲା ପୁଅ

mahabharatanews

ପୁଲିସ- ଜନତା ଖଣ୍ଡ ଯୁଦ୍ଧ

mahabharatanews