ଓଡିଶା

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ; ଅନଲାଇନରେ ଯୋଡି ହେବେ ୧୩ ଲକ୍ଷ ପ୍ରବାସୀ ଓଡ଼ିଆ 

(ଭୁବନେଶ୍ୱର) : ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସହିତ ଯୋଡି ହେବାକୁ ଓଡିଶା ସମେତ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ମଧ୍ୟ ଉତ୍ସାହିତ ଥିବା ଲକ୍ଷ୍ୟ କରାଯାଉଛି । ଏଭଳି ଏକ ସମ୍ମିଳନୀ ରାଜ୍ୟରେ ପ୍ରଥମ ଥର ପାଇଁ ଆୟୋଜନ ହେଉଥିବାରୁ ପ୍ରବାସୀ ଓଡ଼ିଆଙ୍କ ମାନଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଉଛି । ଏପରିକି ଅନଲାଇନ ମାଧ୍ୟମରେ ବହୁ ପ୍ରବାସୀ ଭାଗ ନେବେ । ପ୍ରାୟ ୧୩ ଲକ୍ଷ ପ୍ରବାସୀ ଓଡ଼ିଆ ମାନଙ୍କୁ ଅନଲାଇନ ମାଧ୍ୟମରେ ଯୋଡିବା ପାଇଁ ବ୍ୟବସ୍ଥା କରାଯାଉଛି ।

ସୂଚନାନୁଯାୟୀ , ଓଡିଶା ବାହାରେ ଥାଇ ମଧ୍ୟ ନିଜର ମାତୃଭାଷା, କଳା,ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ପ୍ରତି ପ୍ରବାସୀ ମାନଙ୍କ ଆନ୍ତରିକତା ସ୍ୱାଗତଯୋଗ୍ୟ । ଓଡିଶା ପରିବାର ନିର୍ଦ୍ଦେଶାଳୟ ସହ ଯୋଡି ହୋଇଥିବା ୧୭ଟି ପ୍ରବାସୀ ଓଡ଼ିଆ ସଂସ୍ଥା ସହ ମଧ୍ୟ ଏ ସମ୍ପର୍କରେ ଆଲୋଚନା ହୋଇଛି । ଦେଶ ବିଦେଶର ବହୁ ଭାଷାବିତ, ଐତିହାସିକ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ ଏଥିରେ ଯୋଗ ଦେଉଥିବାରୁ ସେମାନଙ୍କ ଠାରୁ ତଥ୍ୟଭିତ୍ତିକ ଉପସ୍ଥାପନା ସମ୍ପର୍କରେ ଜାଣିବା ନିମନ୍ତେ ବହୁ ପ୍ରବାସୀ ଓଡ଼ିଆ ଇଛାବ୍ୟକ୍ତ କରିଥିବା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସମ୍ମିଳନୀ ସହ ସେମାନଙ୍କୁ ଯୋଡିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି ।

Related posts

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍

mahabharatanews

ପୋଲିସ ମାଡ଼ରେ ସାମ୍ବାଦିକ ଲହୁ ଲୁହାଣ

mahabharatanews

 ଲୋକାଲ ୨୩ ମିଶାଇ ଆଉ ୧୭୩

mahabharatanews