ଓଡିଶା

ବରଗଡ଼ ଗସ୍ତରେ ୫-ଟି ସଚିବ

ଭୁବନେଶ୍ୱର: ବୁଧବାର ସକାଳୁ ସକାଳୁ ବରଗଡ଼ ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ । ବରଗଡରେ ପହଞ୍ଚିବା ପରେ ସେ ପାଇକମାଲର ନୃସିଂହନାଥ ମନ୍ଦିର ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ଅବସରରେ ସେ ମନ୍ଦିରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ସକାଳ ୧୦ଟା ସମୟରେ ୫-ଟି ସଚିବ ସତିଭଟାରେ ପହଞ୍ଚିବା ପରେ ପଦ୍ମପୁର ପାଇକମାଲ ରାସ୍ତା ଦେଇ ନୃସିଂହନାଥ ମନ୍ଦିର ଗସ୍ତ କରିଥିଲେ । ତେବେ ଏହି ଗସ୍ତ ଅବସରରେ ୫-ଟି ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଜଳ ସମ୍ପଦ ସଚିବ ଅନୁ ଗର୍ଗ, ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ମଧ୍ୟ ତାଙ୍କ ସହ ଥିଲେ । ବରଗଡରୁ ପଦ୍ମପୁର ଯାଇ ନରସିଂହନାଥ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ ଟି ସଚିବ।
ଏହାପରେ ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଲକ କାର୍ଯ୍ୟକ୍ରମ ରହିଥିବାର ସୂଚନା ରହିଛି । ବଲାଙ୍ଗୀରରେ ହରିଶଙ୍କର ମନ୍ଦିର ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ୫-ଟି ସଚିବ ଏହାପୂର୍ବରୁ ପଶ୍ଚିମ ଓଡିଶାର ବିଭିନ୍ନ ମନ୍ଦିର ଗୁଡିକର ଉନ୍ନୟନ ଯୋଗେ ଗସ୍ତ କରିସାରିଛନ୍ତି । ଏହି ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

 

Related posts

ଆଳୁ ୩୨ ଟଙ୍କାରୁ ଅଧିକ ମୂଲ୍ୟରେ ବିକିଲେ କାର୍ଯ୍ୟନୁଷ୍ଠାନ : ଖାଦ୍ୟ ଯୋଗାଣ ମନ୍ତ୍ରୀ

mahabharatanews

ନକ ପରେ ଆରମ୍ଭ ହେବ ମେକ୍‍ ଇନ୍‍ ଓଡ଼ିଶା କନ୍‌କ୍ଲେଭ୍‌-୩

mahabharatanews

ବ୍ୟାଣ୍ଡପାର୍ଟି ଗାଡି ଓଲଟି ୯ ଗୁରୁତର

mahabharatanews