(ମହାଭାରତ ): ଯେଉଁ ଘରେ ନକାରାତ୍ମକ ଶକ୍ତି ଥାଏ ସେଠାରେ ରହୁଥିବା ଲୋକଙ୍କ ଚିନ୍ତାଧାରା ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହିପରି ଲୋକମାନେ କୌଣସି କାର୍ଯ୍ୟରେ ପ୍ରଥମେ ନକାରାତ୍ମ୍କ ଦିଗ ଦେଖନ୍ତି । ଏହି କାରଣରୁ କାର୍ଯ୍ୟଗୁଡ଼ିକରେ ସଫଳତା ପାଏ ନାହିଁ ଏବଂ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼େ । ଘରର ବାସ୍ତୁ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ବାସ୍ତୁ ବିଶେଷଜ୍ଞଙ୍କ କହିବା ଅନୁସାରେ ଘରର ବାସ୍ତୁ ତ୍ରୁଟି ଦୂର କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ବଢିଥାଏ । ଆସନ୍ତୁ ଜାଣିବା କିପରି ଉପାୟାରେ ଘରୁ ଦୂୂର କରିବେ ବାସ୍ତୁ ଦୋଷ ।
ଘରର ନକାରାତ୍ମ୍କ ଶକ୍ତିକୁ ହଟାଇବା ପାଇଁ ଘରେ ପୋଛା ଲଗାଉଥିବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇବା ଉଚିତ । ନକାରାତ୍ମକ ଶକ୍ତିକୁ ଶୋଷିବା ଲୁଣ ସକ୍ଷମ ହୋଇଥାଏ । ଏହି କାରଣରୁ ଘରେ ଥିବା ସୂକ୍ଷ୍ମ କ୍ଷତିକାରକ ଜୀବାଣୁ ନଷ୍ଟ ହୋଇଥାଏ ।
ସମୟ ସମୟରେ ଘରେ ଗୋ ମୂତ୍ର ସ୍ପ୍ରେ କରିବାର ଆବଶ୍ୟକତା ଅଛି । ଗୋ ମୂତ୍ରର ପ୍ରବଳ ଗନ୍ଧ ସ୍ୱାସ୍ଥ୍ୟ ପକ୍ଷେ ହିତକର ବୋ ସହ ଏହା ପରିବେଶକୁ ପବିତ୍ର ରଖିଥାଏ ।
ପ୍ରାଚୀନ କାଳରୁ ପ୍ରତିଦିନ ସକାଳେ ଘର ବାହାରେ ରଙ୍ଗୋଲି ତିଆରି କରିବାର ପରମ୍ପରା ଚାଲିଆସିଛି । ଏହା ଦ୍ୱାରା ସକାରାତ୍ମ୍କ ଶକ୍ତି ଘରେ ପ୍ରବେଶ କରିଥାଏ । ଘରେ ପ୍ରବେଶ କରିବା ସମୟରେ ରଙ୍ଗୋଲି ଦେଖି ମନରେ ପ୍ରସନ୍ନ ଭାବ ଆସିଥିାଏ ଏବଂ ନକାରାତ୍ମକ ଚିନ୍ତାଧାରା ଦୂର ହୋଇଥାଏ ।
ଧୂଆଁ , ଦେଶୀ ଘିଅ ଆଦିର ଧୂଆଁ ଘରେ ବିସ୍ତାର ହେବା ଉଚିତ । ଏହି ଧୂଆଁ ନକାରାତ୍ମକତାକୁ ଦୂର କରିଥାଏ । ଏହି ଜିନିଷଗୁଡ଼ିକର ଧୂଆଁ ବାୟୁମଣ୍ଡଳର ସୂକ୍ଷ୍ମ କ୍ଷତିକାରକ ଜୀବାଣୁ ନଷ୍ଟ କରିଥାଏ ।
ଘରର ସୁଖ ସମୃଦ୍ଧି ପାଇଁ ଘରର ଦ୍ୱାରାରେ ସ୍ୱସ୍ତିକା କିମ୍ବା ଶ୍ରୀ ଗଣେଶ ଚିହ୍ନ ଲଗାନ୍ତୁ ।
