Uncategorized

ବିପିନ ରାୱତ ଦେଶର ପ୍ରଥମ ସିଡିଏସ

ନୂଆଦିଲ୍ଲୀ: ବର୍ତ୍ତମାନର ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ବିପିନ ରାୱତ ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଭାବେ ନିଯୁକ୍ତି ପାଇଛନ୍ତି । ଏବେ ୩ ସେନା ବାହିନୀର ମୁଖ୍ୟ ଭାବେ କାର୍ଯ୍ୟ କରିବେ । ଜେନେରାଲ ରାୱତଙ୍କ ବର୍ତ୍ତମାନର କାର୍ଯ୍ୟକାଳ ଅ ।ସନ୍ତାକାଲି ଶେଷ ହେବ । ଏହାପରେ ଦେଶର ପ୍ରଥମ ସିଡିଏସ ଭାବେ ସେ ଶପଥ ଗ୍ରହଣ କରିବେ । ୧୯୭୮ ମସିହା ଡିସେମ୍ବର ୧୬ରୁ ଜେନେରାଲ ରାୱତ ସ୍ଥଳସେନାରେ ଯୋଗଦେଇଥିଲେ ।

ତିନି ସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ସରକାର ସହ ଯୋଗାଯୋଗ ସ୍ଥାପନ ଲକ୍ଷ୍ୟରେ ସରକାର ସିଡିଏସ ପଦ ସୃଷ୍ଟି କରିଛନ୍ତି । ଏଥିସହ ସରକାରଙ୍କ ପ୍ରତିରକ୍ଷା ପରାମର୍ଶଦାତା ଭାବେ ମଧ୍ୟ ସେ କାର୍ଯ୍ୟ କରିବେ । ପୂର୍ବଭଳି ସ୍ଥଳସେନା, ବାୟୁସେନା ଓ ନୌସେନାର ଜଣେ ଲେଖା ମୁଖ୍ୟ ରହିବେ । ହେଲେ ଏମାନଙ୍କ ଉପରେ ସିଡିଏସ ରହିବେ । ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଡିଏସ ପଦ ସୃଷ୍ଟି ହେବ ବୋଲି ଘୋଷଣା କରିଥିଲେ ।

Related posts

‘କରୋନା ନିରାକରଣ ପାଇଁ ଆଣ୍ଟିଭାଇରାଲ ଔଷଧ ସହ ସାମାଜିକ ଦୂରତା ଜରୁରୀ’

mahabharatanews

କିମଙ୍କ ଆରୋଗ୍ୟ କାମନା କଲେ ଟ୍ରମ୍ପ

mahabharatanews

ଦିଲ୍ଲୀ ହିଂସାକୁ ନରସଂହାର କହିଲେ ମମତା

mahabharatanews