ଗୋପ: ଅନ୍ତର୍ଜାତୀୟ ପର୍ଯ୍ୟଟନ ସହର ପୁରୀ ହେଲା ଲକ ଡାଉନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକ ବାଜି ଯନ୍ତ୍ରରେ ପ୍ର·ର କରାଯିବା ସହ ପୋଲିସ ଓ ପୌର ସଂସ୍ଥା ମିଳିତ ଭାବେ ସହର ବୁଲି ବୁଲି ଦୋକାନ ବଜ଼ାର ବନ୍ଦ କରିଛନ୍ତି । ଏହା ୨୯ ମାର୍ଚ୍ଚ ସନ୍ଧ୍ୟା ପର୍ଯ୍ୟନ୍ତ ଦଳ ବତ୍ତର ରହିବ । ତେବେ ବଡ଼ ଦାଣ୍ଡ ସମ୍ପୂର୍ଣ୍ଣ ଖାଁ ଖାଁ ରହିଥିବା ବେଳେ ସମସ୍ତ ଦୋକାନ ବଜ଼ାର ବନ୍ଦ ରହିଛି । ବଡ଼ଦାଣ୍ଡରେ ହାତ ଗଣତି ମେଡ଼ିସିନ ଦୋକାନ ଓ ଗ୍ରସରି ଦୋକାନ ଛାଡି ଦେଲେ ସହରରେ ସମସ୍ତ ଦୋକାନ ବଜ଼ାର ବନ୍ଦ ରହିଛି । ସମସ୍ତ ସହରବାସୀ ପ୍ରଶାସନର ଏହି ପଦକ୍ଷେପକୁ ସମର୍ଥନ କରିଛନ୍ତି । ସେପଟେ କୌଣସି ଜାଗାରେ ୭ ଜଣଙ୍କୁ ଏକତ୍ରିତ ନ ହେବାକୁ ଘୋଷଣା କରାଯାଇ ଥିବା ସହ ପୋଲିସ ପାଟ୍ରୋଲିଂ ମାଧ୍ୟମରେ ଏହାର ତଦାରଖ କରାଯାଉଛି ।
ରାସ୍ତା ଘାଟ ଜନଶୂନ୍ୟ ହୋଇ ପଡିଥିବା ବେଳେ ଗାଁ ଗଣ୍ଡା ମଧ୍ୟ ଖାଁଖାଁ ଲାଗୁଛି । ରାସ୍ତା ଘାଟରେ ଗାଡି ଯାତାୟାତ ସଂପୂର୍ଣ୍ଣ ରୂପରେ ବନ୍ଦ ହୋଇ ପଡିଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି । ଏପରିକି ବିଭିନ୍ନ ସଂପ୍ରଦାୟ ଲୋକମାନଙ୍କର ଧର୍ମାନୁଷ୍ଠାନ ବନ୍ଦ ରହିଥିବା ବେଳେ କେବଳ ସଫେଇ କର୍ମ·ରୀ ମାନେ ରାସ୍ତା ଘାଟ ସଫା କରୁଥିବାର ଦେଖିବାକୁ ମିଳିଛି । ସେହିପରି ପୁରୀ ଜିଲ୍ଲା କୋଣାର୍କରେ ଜନତା କର୍ଫ୍ୟୁର ପ୍ରତିଫଳନ ଦେଖିବାକୁ ମିଳିଛି । ଗାଁ ଠାରୁ ମେଡ଼ିକାଲ ଛକ ବସଷ୍ଟାଣ୍ଡ ଟୁରିଷ୍ଟି ମାକେଟ ପୁରୀ କୋଣାର୍କ ଓ ନିମାପଡା ରାସ୍ତାରେ ଜନଶୂନ୍ୟ ଦେଖିବାକୁ ମିଳିଛି ।