ଓଡିଶା

ବିଷ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା

(ମହାଭାରତ, କାଶିପୁର): ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଗୋଡିବାଲି ପଞ୍ଚାୟତରେ ବୁଧବାର ରାତିରେ ଜଣେ ବୃଦ୍ଧ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ୭୫ ବର୍ଷିୟ ବାରି ମାଝି ବୋଲି ଜଣାପଡିଛି । ମୃତ ବୃଦ୍ଧଙ୍କ ପୁଅଙ୍କ କହିବାନୁସାରେ, ସବୁଦିନ ଭଳି ପରିବାରର ସମସ୍ତେ ବିଲବାଡିକୁ କାମ କରିବାକୁ ଯାଇଥିଲେ । ସନ୍ଧ୍ୟାରେ ଘରେ କେହି ନଥିବା ବେଳେ ବୃଦ୍ଧ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ । ପରେ ପରିବାର ଲୋକେ ତାଙ୍କୁ ଡାକ୍ତଖାନାରେ ଭର୍ତ୍ତି କରି କ’ଣ ହୋଇଛି ବୋଲି ପଚାରିବାରୁ ସନ୍ଧ୍ୟାରେ ସେ ବିଷ ପିଇ ଦେଇଥିବା କହିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ କାଶିପୁର ପୋଲିସ ଡାକ୍ତରଖାନାରେ ପହଞ୍ଚି ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

Related posts

ସମଗ୍ର ଦେଶରେ ଏନଟିପିସି ସଂସ୍ଥା ୬୨,୧୧୦ ମେଗାଓା୍ୱଟ ବିଦ୍ୟୁତ୍ ଉତ୍ପାଦନରେ ଅଗ୍ରଣୀ ଭୂମିକା

mahabharatanews

୪ ମାସ ମଧ୍ୟରେ ରାଜ୍ୟରେ ଶେଷ ହେବ ଟୀକାଦାନ

mahabharatanews

ନାରୀ ସୁରକ୍ଷା ପାଇଁ ଇଞ୍ଜିନିୟରିଂ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ସେପ୍ଟି ବେଲ୍ଟ

mahabharatanews