ଅପରାଧ

ବେଆଇନ କାଠଗଣ୍ଡି ଜବତ, ୧ ଗିରଫ

(ମହାଭାରତ, ରେଢାଖୋଲ): ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଢାଖୋଲ ବନ ବିଭାଗ ରେଞ୍ଜ ଅଧିନରେ ଥିବା ବୈ÷ଷ୍ଣବଝୁଲ୍ଲି ନିକଟରେ ବେଆଇନ କାଠଗଣ୍ଡି ଚୋରା ଚାଲାଣ ଚାଲିଥିବା ବେଳେ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଜଣକୁ ବନ ବିଭାଗ ଅଧିକାରୀମାନେ ଗିରଫ କରିଛନ୍ତି । ପୋଲିସ ଚଢାଉ ବେଳେ ଏକ ଟାଭେରା ଘଟଣାସ୍ଥଳରୁ ଜବତ ହୋଇଛି । ତେବେ ପୋଲିସ ଘଟଣାସ୍ଥଳରୁ ୩୦ଟି ବେଆଇନ କାଠଗଣ୍ଡି ଜବତ କରିଛି । ସେହିପରି ସ୍ଥାନୀୟ କୁଟାଶିଙ୍ଗା ଅଞ୍ଚଳରେ ୩ଟି ଶାଳ ଗଛର ଗଣ୍ଡି ଜବତ ହୋଇଥିବା ଜଣାପଡିଛି । ତେବେ ଏଗୁୁଡିକର ଚୋରା ଚାଲାଣ ହେଉଥିବା ଖବର ପାଇ ବନ ବିଭାଗ କର୍ମଚାରୀମାନେ ଚଢାଉ କରିଥିଲେ । ଏହି କାରବାରରେ ସମ୍ପୃକ୍ତ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ରେଢାଖୋଲ ବନାଞ୍ଚଳରେ ଚାଲିଥିବା ବ୍ୟାପକ କାଠ ଚୋରାଚାଲାଣ ଓ ଏଥିରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଧରିବା ପାଇଁ ବନ ବିଭାଗ କର୍ମଚାରୀମାନେ ତନାଘନା ଚଳାଇଛନ୍ତି ।

Related posts

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ପାରିବାରିକ କହଳରୁ ମହିଳାଙ୍କ ମୃତ

mahabharatanews

ମାଆଙ୍କ ସହ ଦୁଇ ଶିଶୁଙ୍କୁ ନିର୍ମମ ହତ୍ୟା

mahabharatanews