Uncategorized

ଯୋଗ କ୍ଷେତ୍ରରେ ଗିନିଜ ରେକର୍ଡ କଲେ ୧୬ ବର୍ଷୀୟ ଛାତ୍ର

ସିମଲା: ହିମାଚଳ ପ୍ରଦେଶର ରାଜଧାନୀ ସିମଲା ସ୍ଥିତ କୁଫରୀର ଜଣେ ୧୬ ବର୍ଷୀୟ ବାଳକ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି । ଯୋଗ କ୍ଷେତ୍ରରେ ନିଜ ପାରଦର୍ଶିତାକୁ ନେଇ ଏହି ୫ମ ଶ୍ରେଣୀର ଛାତ୍ର ବିଶ୍ୱ ରେକର୍ଡ କରିଛନ୍ତି । ପ୍ରଥମ ଯୋଗ ପ୍ରଦର୍ଶନକାରୀ ଭାବେ ତାଙ୍କ ନ।।ମ ଗିନିଜ ରେକର୍ଡରେ ସ୍ଥାନ ପାଇଥିବା ହର୍ଷ ଦାବି କରିଛନ୍ତି । ୬ ବର୍ଷର ଏହି ଯାତ୍ର।।ରେ ହର୍ଷଙ୍କ ପିତା ସଞ୍ଜୀବ କନୱର, ମା ନୀନା କନୱର ଓ ଶିକ୍ଷକମାନେ ତାଙ୍କୁ ପ୍ରୋତ୍ସାହନ ଦେଇଥିଲେ । ହର୍ଷ ଏକାଦଶ ଶ୍ରେଣୀର ଛାତ୍ର ଓ ସେ ସଞ୍ଜୋଲୀ ସ୍ଥିତ ସରକାରୀ ସ୍କୁଲରେ ପଢନ୍ତି ।

ହର୍ଷ କହୁନ୍ତି, ସ୍କୁଲରେ ମଧ୍ୟ ସେ ଯୋଗାଭ୍ୟାସ କରିନ୍ତି ଓ ନିଜ ସାଙ୍ଗମ।।ନଙ୍କୁ ଯୋଗାଭ୍ୟାସ କରିବାକୁ ଉତ୍ସାହିତ କରିଥାନ୍ତି । ପୂର୍ବରୁ ସେ ୪ ଥର ଜାତୀୟ ଓ ୬ ଥର ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଇଣ୍ଡିଆ ଷ୍ଟାର ବୁକ ଅଫ ୱାର୍ଲଡ ରେକର୍ଡରେ ତାଙ୍କ ନାଁ ସ।।ମିଲ ରହିଛି । ଯୋଗ ପାଇଁ ହର୍ଷଙ୍କୁ ହିମାଚଳ ରତ୍ନ-୨୦୦୮ରେ ସମ୍ମାନିତ କରାଯାଇଛି ।

Related posts

ସିଏପିଏଫ କ୍ୟାଣ୍ଟିନରେ ବିକ୍ରିହେବ ସ୍ୱଦେଶୀ ସମାଗ୍ରୀ

mahabharatanews

ନାଗରିକତା ସଂଶୋଧନ ବିଲକୁ ନେଇ ଜାତିସଂଘର ସତର୍କତାପୂର୍ଣ୍ଣ ପ୍ରତିକ୍ରିୟା

mahabharatanews

ନାବାଳିକା ବଳାତ୍କାର: ତଦନ୍ତ ଚଳାଇଛି ପୁଲିସ

mahabharatanews