ଓଡିଶା

ରାଜ୍ୟରେ କଡ଼ାକଡ଼ି ହେଉଛି ସୁରକ୍ଷା ବ୍ୟବସ୍ଥା 

(ଭୁବନେଶ୍ୱର) : ନିର୍ବାଚନକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ କଡ଼ାକଡ଼ି ହେଉଛି ସୁରକ୍ଷା ବ୍ୟବସ୍ଥା । ଶାନ୍ତିଶୃଙ୍ଖଳା ତଥା ଅବାଧରେ ନିର୍ବାଚନ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି । ଏଧି ମଧ୍ୟରେ ସମଗ୍ର ଦେଶରେ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୭୫କମ୍ପାନୀ ଫୋର୍ସ ଆଲର୍ଟ କରାଯାଇଛି ।

ସୂଚନାନୁଯାୟୀ , ସେଥି ମଧ୍ୟରୁ ୧୫କମ୍ପାନୀ CAPF ଫୋର୍ସ ପହଞ୍ଚିବେ । ସେମାନଙ୍କୁ ୧୫ ଜିଲ୍ଲାରେ ମୁତୟନ କରାଯିବ । ଆସନ୍ତା କିଛି ଦିନ ମଧ୍ୟରେ ଆଉ ୬୦କମ୍ପାନୀ ଫୋର୍ସ ପହଞ୍ଚିବେ ବୋଲି କହିଛନ୍ତି ଆଇନ ଶୃଙ୍ଖଳା ଏଡିଜି । ପରିସ୍ଥିତି ଦେଖି ଫୋର୍ସ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ କହିଛନ୍ତି । ୭୫କମ୍ପାନୀ ଫୋର୍ସ ନିୟୋଜିତ ହେବେ । ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୫  କମ୍ପାନୀ ଓଡ଼ିଶା ଆସିଛନ୍ତି। ସେମାନଙ୍କୁ ବ୍ରହ୍ମପୁର, ଅନୁଗୁଳ, ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମ, କଟକ, ଖୋର୍ଦ୍ଧା, ଭୁବନେଶ୍ୱର ରେ ନିୟୋଜିତ କରାଯିବ । ଓଡ଼ିଶାର ୧୦ଟି ଜିଲ୍ଲାରେ ନକ୍ସଲପ୍ରବଣ ହୋଇଥିବା ବେଳେ ସେଠାରେ ଅଧିକାଂଶ ସମୟରେ ନକ୍ସଲମାନେ ହିଂସାକାଣ୍ଡ ଘଟାଉଛନ୍ତି ।  ତେଣୁ ନିର୍ବାଚନ ସମୟରେ ସେମାନେ ଯେପରି ଓଡ଼ିଶାରେ ପ୍ରବେଶ କରି ନ ପାରିବେ ସେ ଦିଗରେ ତୀକ୍ଷ୍ଣ ଦୃଷ୍ଟି ଦିଆଯିବ ।

Related posts

ପଦ୍ମପୁର ଉପ ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି

mahabharatanews

ବାଲୁଗାଁର ରେ ‘ଜିରୋ ଫାଟାଲିଟ ଉଇକ୍’ ପାଳିତ

mahabharatanews

ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ -ସିଇଓ

mahabharatanews