ଓଡିଶା

ଶ୍ରୀମନ୍ଦିର ମହାପ୍ରଭୁଙ୍କ ମକରନୀତି

ପୁରୀ: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକରନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା ହୋଉଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ଶ୍ରୀମନ୍ଦିରରେ ଆଜି ପାଳିତ ହେଉଛି ମକରଭୋଗ । ଏହି ଅବସରରେ ମାଳଚୁଳ ଅଳଙ୍କାର ପିନ୍ଧି ମକର ଚୌରାସୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଶ୍ରୀଜିଉ । ମକରସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ଭୋର ୩ଟାରେ ଦ୍ୱାରଫିଟା ଓ ସାଢେ ୩ଟାରେ ମଙ୍ଗଳଆଳତୀ କରାଯିବ ୮ଟା ସୁଦ୍ଧା ସକାଳଧୂପ ଓ ସାଢେ୧୦ଟା ସୁଦ୍ଧା ମକରବେଶ କରାଯିବା ନେଇ ନୀତି ସ୍ଥିର ହୋଇଛି । ସେହିପରି ଅପରାହ୍ନ ୧ ଟା ରେ ମକରବେଢା ହେବା ସହ ଅନ୍ୟାନ୍ୟ ନୀତି କରାଯିବା ନେଇ ସ୍ଥିର ହୋଇଛି । ମକରସଂକ୍ରାନ୍ତି ଅବସରରେ ମକର·ଉଳ ଭୋଗ ସହ ମହାପ୍ରଭୁଙ୍କ ମକରବେଶ ପାଇଁ ଆଜି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାରେ ଲାଗିଛି । ମହାପ୍ରଭୁଙ୍କ ମକରବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ସୁସଜ୍ଜିତ ମାଳଚୁଳ ପ୍ରସ୍ତୁତ କରାଯାଇଥିବା ବେଳେ ବଡ଼ ଓଡ଼ିଆ ମଠ ପକ୍ଷରୁ ରଙ୍ଗବେରଙ୍ଗର ବିଭିନ୍ନ ସୁବାସିତ ପୁଷ୍ପ ଓ ତୁଳସୀ ଆଦିକୁ ନେଇ ସୁସଜ୍ଜିତ ମାଳଚୁଳ ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିରକୁ ଦିଆଯାଇଛି ।

Related posts

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ବିଶ୍ଳେଷଣାତ୍ମକ ରସାୟନ ବିଜ୍ଞାନରେ ସ୍ଵର୍ଣ୍ଣ ପଦକ ହାସଲ କଲେ ଆଶିଷ

mahabharatanews

ବଜ୍ରପାତରେ ରାଜ୍ୟରେ ୧୦ ଜଣଙ୍କ ମୃତ୍ୟୁ

mahabharatanews

ଆସନ୍ତକାଲି ଚନ୍ଦ୍ରଗ୍ରହଣ; ଜାଣନ୍ତୁ ସଠିକ ସମୟ 

mahabharatanews