ଓଡିଶା

ସନ୍ଦେହ ଜନକ ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର

(ହିଞ୍ଜିଳିକାଟୁ / ରଜନୀକାନ୍ତ ପାତ୍ର): ହିଞ୍ଜିଳିକାଟୁ ଥାନା ଅଧୀନ ପୁରୁଣା ବୁରୁପଡା ନିବାସୀ ସୁଦାମ ଖଟାଇଙ୍କ ପୁତ୍ର ବୁଲୁ ଖଟାଇ(୩୧)ଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ଠାରୁ ବୁଲୁ ନିଖୋଜ ଥିଲେ ଅନେକ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଓ ଗ୍ରାମବାସୀ ବହୁ ଖୋଜା ଖୋଜି କରି ପାଇନଥିଲେ। ଆଜି ସକାଳ ୪ଟା ବୁଲୁର ବାପା ବୁରୁପଡା ହାଇସ୍କୁଲ ପଛ ପଟେ ଥିବା ନିଜର ଫୁଲ କୋବି ଲଗାଇଥିବା ଜମିକୁ କୋବି ତୋଳିବା ପାଇଁ ଯିବା ବେଳେ ଗୋଟିଏ ଜରି ଅଖା ପଡିଥିବାର ଦେଖି ପାଖକୁ ଯାଇଥିଲେ । ସେ ଜରି ଅଖାକୁ ଆଡେଇବା ବେଳେ ପୁଅର ମୃତ ଦେହ ଦେଖି ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କ ରେ କହିଥିଲେ। ଘଟଣା ବିଷୟରେ ଗ୍ରାମ ବାସୀ ହିଂଜିଳି ପୋଲିସ କୁ ଖବର ଦେଇ ଥିଲେ ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସେହି ଘଟଣାଟି ତାଙ୍କ ଥାନା ଅଧୀନରେ ହୋଇନଥିବା କହି ଶେରଗଡ଼ ଥାନା କୁ ଖବର ଦେଇଥିଲା। ପ୍ରାଥମିକ ତଦନ୍ତ ରେ ହିଞ୍ଜିଳି ପୋଲିସ କହିବା ଅନୁଯାୟୀ କାଲି ରାତ୍ରି ରେ ବିଜୁଳି ଓ ଘଡ଼ଘଡି ରେ ବୁଲୁର ମୃତ୍ୟୁ ହୋଇଥିବା ଅନୁମାନ କରିଥିବା ବେଳେ ପରିବାର ଓ ସ୍ଥାନୀୟ ଲୋକମାନେ ଏହା ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି କହିଛନ୍ତି ଖବର ଲେଖା ସୁଧା ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି। ତେବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଘଟଣାର ପର୍ଦ୍ଦଫାଶ କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

Related posts

ଜିଲ୍ଲାସ୍ତରୀୟ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ

mahabharatanews

ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି: ୨୦୨୩ ଫେବ୍ରୁଆରୀ ଯାଏଁ ଅବଧି ବଢାଇଲେ ସରକାର

mahabharatanews

ରାଜଧାନୀ ଭୁବନେଶ୍ବରରେ ସେରୋଲଜିକାଲ ଟେଷ୍ଟ ଆରମ୍ଭ

mahabharatanews