ପଟିଆଲା: ଦୀର୍ଘ ସାଢ଼େ ୭ ଘଣ୍ଟାର ଅସ୍ତ୍ରୋପଚାର ପରେ ପଞ୍ଜାବର ପଟିଆଲା ଏଏସଆଇଙ୍କ କଟା ପାପୁଲି ଯୋଡା ଗଲା । ଏବେ ହରଜିତ ୍ ସିଂହ ସୁସ୍ଥ ହୋଇଛନ୍ତି । ଚଣ୍ଡିଗଡ଼ ଚଏସ ହସ୍ପିଟାଲରେ ଏହି ବିରଳ ଅସ୍ତ୍ରୋପଚାର ସମ୍ପନ୍ନ ହୋଇଛି । ଗତକାଲି ସାଢ଼େ ୭ ଘଣ୍ଟା ଧରି ହରଜିତଙ୍କ ହାତର ପ୍ଲାଷ୍ଟିକ୍ ସର୍ଜରୀ କରାଯାଇଥିଲା । ଯାହା ବେଶ ସଂଘର୍ଷପୂର୍ଣ୍ଣ ଥିବା ଡାକ୍ତରୀ ଟିମ୍ କହିଛନ୍ତି । ତେବେ ଅସ୍ତ୍ରୋପଚାର କିଛି ମାସ ପରେ ହରଜିତ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ନେଇ ଆଶା ରଖିଛନ୍ତି ଡାକ୍ତର । ଗତକାଲି ପଞ୍ଜାବ ପଟିଅ ।ଲା ପରିବା ମାର୍କେଟ ନିକଟରେ ଲକଡାଉନ୍ ନିୟମକୁ ଉଲ୍ଲଙ୍ଘନ କରି ଏକ ଶିଖ ଗୋଷ୍ଠୀ ଗୁରୁଦ୍ୱାରା ଯାଉଥିଲା । ଏହାକୁ ହରଜିତ ଅଟକାଇବାରୁ ଦୁର୍ବୃତ୍ତମାନେ ଖଣ୍ଡାରେ ତାଙ୍କ ହାତକୁ ହାଣି ଦେଇଥିଲେ ।
ସେପଟେ ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମକୁ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହୟ ଅସ୍ତ୍ରୋପଚାରରେ ସାମିଲ ଥିବା ସମସ୍ତ ଡାକ୍ତରୀ ଟିମ୍ ଓ ମେଡିକାଲ୍ କର୍ତ୍ତୃପକ୍ଷଙ୍କୁ ଏନେଇ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ହରଜିତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ସୂଚନାଯୋଗ୍ୟ, ହରଜିତଙ୍କ ସହିତ ପଟିଆଲା ସଦର ଥାନା ଏସଏଚଓ ବିକର ସିଂହଙ୍କ କହୁଣୀ ଏବଂ ଏସଅ ।ଇ ରାଜ ସିଂହଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ଅ ।ହତଙ୍କୁ ପିଜିଆଇଏମଇଆର ଚଣ୍ଡିଗଡକୁ ସ୍ଥାନାନ୍ତର କରାଯାଇଥିଲା । ପୁଲିସ ଉପରକୁ ଆକ୍ରମଣ କରିବା ପରେ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ । ଏହି ମାମଲାରେ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ।
