(ହୁବଳି): ଆତଙ୍କବାଦକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଏବେ ସ୍ଥିତି ଗମ୍ଭୀର ରହିଛି । ନିୟନ୍ତ୍ରଣ ରେଖାରେ ପାକ୍ ସେନା ଅସ୍ତ୍ରବିରତି ଉଲଙ୍ଘନ କରୁଛି । ତେବେ ଏସବୁ ମଧ୍ୟରେ କର୍ଣ୍ଣାଟକର ଏକ ସ୍କୁଲ କାନ୍ଥରେ ପାକିସ୍ତାନ ସପକ୍ଷରେ କିଛି ସ୍ଲୋଗାନ ଲେଖାଯାଇଛି । ସ୍କୁଲଟି କର୍ଣ୍ଣାଟକର ବୁଡାଦାରସିଙ୍ଗି ଗାଁରେ ରହିଛି । ସ୍କୁଲର କାନ୍ଥ ଏବଂ କବାଟରେ କନ୍ନଡ ଭାଷାରେ ଏହି ସ୍ଲୋଗାନ ଲେଖାଯାଇଥିବା ଧାରୱାଡ ଜିଲ୍ଲା ଡିଏସପି ସୂଚନା ଦେଇଛନ୍ତି । କିନ୍ତୁ କେଉଁ ବିଷୟରେ ଏହି ସ୍ଲୋଗାନ ଦିଆଯାଇଛି ତାହା ଏଯାଏ ଜଣାପଡିନାହିଁ । ଏହି ସ୍ଲୋଗାନ ଲେଖିଥିବା ବ୍ୟକ୍ତି ଜଣକର ପତ୍ତା ମିଳିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । କଂଗ୍ରେସ ନେତା ଏଚକେ ପାଟିଲ ଏହି ଘଟଣାର କଡା ନିନ୍ଦା କରିଛନ୍ତି । ଏଥିରେ ସମ୍ପୃକ୍ତ ଦୋଷୀକୁ ଶୀଘ୍ର ଚିହ୍ନଟ କରାଯାଇ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ।
previous post
next post