Uncategorized

ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ କରୋନା ପାଇଁ ଫଳପ୍ରଦ ନୁହେଁ: ଚୀନ

ବେଜିଂ: ଭାରତଠାରୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଔଷଧ ଆମେରିକା ସମେତ ବ୍ରାଜିଲ,ଜର୍ମାନ ପରି ୫୫ଟି ରାଷ୍ଟ୍ରକୁ ପଠାଇଛି । ଏହା କରୋନ ଚିଚିତ୍ସାରେ ଏକ ଉପାଦେୟ ଔଷଧ ବୋଲି ଭାରତ ସମେତ ଅନେକ ରାଷ୍ଟ୍ର ଏହାର ବ୍ୟବହାର ଉପରେ ଜୋର ଦେଉଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ବ୍ରାଜିଲ ପ୍ରତିପକ୍ଷ ଜୈର ବୋଲସୋନାରୋ ମଧ୍ୟ ଏହି ମ୍ୟାଲେରିଆ ନିରୋଧୀ ଔଷଧକୁ ସମର୍ଥନ କରି ନିଜ ରାଷ୍ଟ୍ର ପାଇଁ ମଗାଇସାରିଛନ୍ତି। କିନ୍ତୁ ଏହି ଔଷଧ କରୋନା ଚିକିତ୍ସା ପାଇଁ ଫଳପ୍ରଦ ହୋଇ ନ ପାରେ ବୋଲି ଚାଇନାର ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି।

ଚାଇନାର ଗବେଷକମାନେ ୧୫୦ ହସ୍ପିଟାଲ ଓ ୧୬ଟି ସରକାରୀ ମାନ୍ୟତାପ୍ରାପ୍ତ କୋଭିଡ୍‌-୧୯ କେନ୍ଦ୍ରର ରୋଗୀଙ୍କ ଉପରେ ପରୀକ୍ଷାନିରୀକ୍ଷା କରିବା ପରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ଉପାଦେୟ ନୁହେଁ ବୋଲି ମେଡ୍‌ରିକ୍ସଭ୍‌ରେ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡ଼ିଛି। ଚଳିତ ମାସ ପ୍ରାରମ୍ଭରେ କାନାଡିଆନ୍‌ ମେଡିକାଲ ଆସୋସିଏଶନ ଜର୍ନାଲରେ ପ୍ରକାଶ ପାଇଥିଲା ଯେ, କୋଭିଡ୍‌-୧୯ ସଂକ୍ରମଣ ରୋକିବା ଲାଗି କ୍ଲୋରୋକୁଇନ୍‌, ହାଇଡ୍ରୋକ୍ସିକ୍ଲୋରୋକୁଇନ ଏବଂ ଆଜିଥ୍ରୋମାଇସିନ୍‌ ବ୍ୟବହାର ସେଭଳି ଉପାଦେୟ ହେଉ ନ ଥିବା ସତ୍ତ୍ୱେ ତାହାର ବ୍ୟବହାର କରାଯାଉଛି। କିନ୍ତୁ ଡାକ୍ତର ଓ ରୋଗୀମାନେ ଏହାର ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାକୁ ହୃଦୟଙ୍ଗମ କରିବା ଉଚିତ ବୋଲି କୁହାଯାଇଛି। ଏହାକୁ ବହୁଳ ଭାବେ ବ୍ୟବହାର କରାଗଲେ ତାହା ହୃତ୍‌ପିଣ୍ଡ, ରକ୍ତ ଶର୍କରା ଅଂଶ ସ୍ବାଭାବିକଠାରୁ କମ୍‌ କରିବା ସହ ମଣିଷକୁ ହୃଦ୍‌ଘାତ ଓ କୋମା ସ୍ତରକୁ ନେଇଯିବ ବୋଲି ଗବେଷକମାନେ ମତ ଦେଇଛନ୍ତି।

ଅପରପକ୍ଷରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, ଆମେରିକା ଭଳି ରାଷ୍ଟ୍ର ଭାରତଠାରୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ନେଇ ତା’ର ରୋଗୀଙ୍କ ଜୀବନ ବଞ୍ଚାଇବାକୁ ପ୍ରୟାସ କରିଥିବାରୁ ଚାଇନା ତା’ର ଗବେଷକମାନଙ୍କୁ ଏଭଳି ରିପୋର୍ଟ ପ୍ରକାଶ କରିବାକୁ ପ୍ରବର୍ତ୍ତାଇଛି । କାରଣ ଚାଇନା କରୋନାର ମୁକାବିଲା ପାଇଁ ଧନୀ ରାଷ୍ଟ୍ରଗୁଡ଼ିକୁ କିଟ୍ସ, ଗ୍ଲୋବ୍ସ, ଭେଣ୍ଟିଲେଟର ଓ ଅନ୍ୟ ଜୀବନ ରକ୍ଷାକାରୀ ଉପକରଣ ରପ୍ତାନି କରି ବିପୁଳ ଅର୍ଥ ଉପାର୍ଜନ କରିବାକୁ ରଣନୀତି ପ୍ରସ୍ତୁତ କରିଛି । ଏପରି ସ୍ଥଳେ ଭାରତ ତା ରାସ୍ତାରେ ବାଧା ସୃଷ୍ଟି କରୁଛି ।

Related posts

ସାରା ଦେଶରେ ଏମ୍ସ ସ୍ଥାପନ ବାଜପେୟୀଙ୍କ ସ୍ୱପ୍ନ ଥିଲା : ହର୍ଷବର୍ଦ୍ଧନ

mahabharatanews

ଅଭିନୟକୁ ଛାଡ଼ି ରାଜନୀତିରେ ପାଦ ଥାପିବେ କଙ୍ଗନା!

mahabharatanews

କରୋନା ଆତଙ୍କ ଚୀନ ବାହାରେ ୧ ମୃତ୍ୟୁ: ୧୪,୫୬୨ ସଂକ୍ରମିତ

mahabharatanews