(ଢେଙ୍କାନାଳ) : ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ପଲଙ୍କ ଉତ୍ପାତ । ଢେଙ୍କାନାଳ ଭୁବନରେ ଦଶ ଟିକିଆ ହାତୀପଲ ଉପଦ୍ରବ କରୁଛନ୍ତି । ଭୁବନ ବନାଞ୍ଚଳ ଅନ୍ତର୍ଗତ ଗଡନୃସିହପ୍ରସାଦର ବାସୁଦେଇପୁର ଗାଁରେ ପଶିଛନ୍ତି ହାତୀ । ବାସୁଦେଇପୁର ଗ୍ରାମରେ ପଶି ଘର ଆଜବେଷ୍ଟ ଭାଙ୍ଗିଛନ୍ତି । ବାରଣ୍ଡାରେ ଧାନମଣ୍ଡି ପାଇିଁ ରଖିଥିବା ଦଶ କୁଇଣ୍ଟାଲ ଧାନ ଖାଇବା ସହ ଦଳିଚକଟି ନଷ୍ଟ କରିଥିବାବେଳେ ମାଟିଘର ଭାଙ୍ଗିବାସହ ପରିବା ଫସଲ ନଷ୍ଟ କରିଛନ୍ତି ।
ସୂଚନାନୁଯାୟୀ ,ଏବେ ହାତୀପଲ ଧଳପଡା ସଂରକ୍ଷିତ ଜଙ୍ଗଲରେ ଥିବା ଜଣାପଡିଛି । ତେବେ ମାସେ ହେଲା ଭୁବନ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଜାରି ରହିଛି । ଭୁବନ ବନବିଭାଗ ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ ବିଫଳ ବୋଲି ଅଞ୍ଚଳବାସୀ କହିଛନ୍ତି । ଅଞ୍ଚଳରେ ହାତୀପଲ ଥିବାରୁ ଅଞ୍ଚଳବାସୀ ଭୟଭୀତ ଅଛନ୍ତି ।