ଭାରତ

ଥମୁନି ମଣିପୁର ହିଂସା; ସୁରକ୍ଷା ପୋଷ୍ଟରେ ଗୁଳି ଚାଳନା

(ମଣିପୁର) : ଥମୁନି ମଣିପୁର ହିଂସା । ବୁଧବାର ସକାଳେ ମଣିପୁରର ମୋରେହ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ସନ୍ଦିଗ୍ଧ କୁକି ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା, ଏହା ପରେ ସିଡିଏ ଅଧିକାରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଆତଙ୍କବାଦୀମାନେ ବୋମା ଫିଙ୍ଗି ଏସବିଆଇ ମୋରେହ ନିକଟରେ ଥିବା ଏକ ସୁରକ୍ଷା ପୋଷ୍ଟରେ ଗୁଳି ଚଳାଇଥିଲେ ।

ସୂଚନାନୁଯାୟୀ , ଜଣେ ପୋଲିସ ଅଧିକାରୀଙ୍କ ହତ୍ୟା ଘଟଣାରେ ସୀମାବର୍ତ୍ତି ସହରରେ ସାଜ୍ୟ ସୁରକ୍ଷା ବାହୀନି ଦ୍ୱାରା ୨ ସନ୍ଦିଗ୍ଧଙ୍କୁ ଗିରଫ କରିବାର ୪୮ ଘଣ୍ଟା ପରେ ସନ୍ଦିଗ୍ଧ କୁକି ଉଗ୍ରବାଦୀ ସୁରକ୍ଷାର୍କମୀଙ୍କ ଶିବିର ଉପରକୁ ଗୁଳିମାଡ କରିଥିଲେ। ଏହାପୂର୍ବରୁ, ମଣିପୁର ସରକାର ଜାନୁଆରୀ ୧୬ ମଧ୍ୟରାତ୍ରିରୁ ତେଙ୍ଗନୋଉପଲରେ ଶାନ୍ତିର ଭଙ୍ଗ ହେବା, ସାର୍ବଜନିନ ସଦଭାବ ବିଗିଡିବା ତଥା ମାନବ ଜୀବନ ତଥା ସମ୍ପତ୍ତି ପ୍ରତି ଘୋର ବିପଦ ଆଶଙ୍କା କରି ସରକାର ସମ୍ପୂର୍ଣ୍ଣ କର୍ଫ୍ୟୁ ଲାଗୁ କରିଥିଲେ।

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ଲୋଡ଼ିଲା ୟୁକ୍ରେନ୍

mahabharatanews

ଅଚାନକ ଘାଟିରୁ ଖସିଗଲା ବସ , ୨୭ ମୃତ

mahabharatanews

ସଞ୍ଜୟ ବର୍ମା କାନାଡାର ପରବର୍ତ୍ତୀ ହାଇକମିଶନର

mahabharatanews