Uncategorized

ହୋଲି ମିଳନରେ ସାମିଲ ହେବେ ନାହିଁ ମୋଦି, ଶାହା, ନଡ୍ଡା

ନୂଆଦିଲ୍ଲୀ: ଭାରତରେ କୋରୋନାର ୬ ମାମଲ।। ସାମ୍ନାକୁ ଆସିବା ପରେ ପ୍ରଧ।।ନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଚଳିତ ବର୍ଷ ହୋଲି ମିଳନ ପର୍ବରେ ସାମିଲ ନ ହେବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ଆଜି କୋରୋନା ଭୂତାଣୁ ସଂକ୍ରମଣ ରୋକିବା ସମ୍ବନ୍ଧରେ ବିଶେଷଜ୍ଞଙ୍କ ସହ ପରାମର୍ଶକୁ ଧ୍ୟାନରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ଟୁଇଟକରି କହିଛନ୍ତି, ଦୁନିଆ ଯାକର ବିଶେଷଜ୍ଞ ଏହି ନୋବେଲ କୋରେ।ନା ଭୂତାଣୁ କୋବିଡ-୧୯ ସଂକ୍ରମଣ ଉପରେ ରୋକ ଲଗାଇବାକୁ ସାମୂହିକ କାର୍ଯ୍ୟକ୍ରମକୁ କମ କରାଯିବା ଆବଶ୍ୟକ । ତେଣୁ ଏହାକୁ ଦୃଷ୍ଟିରେ ରଖି ମୁଁ ଚଳିତ ବର୍ଷ କୌଣସି ହୋଲି ମିଳନ ପର୍ବରେ ସାମିଲ ହେବି ନାହିଁ । ସେହିପରି ବିଜେପି ଅଧ୍ୟକ୍ଷ ଜେପି ନଡା ମଧ୍ୟ ହୋଲି ମିଳନରେ ସାମିଲ ହେଉ ନ ଥିବା ଜଣାଇଛନ୍ତି । ଶାହା ହୋଲିରେ ସାମିଲ ନ ହେବାକୁ ନେଇ କହିଛନ୍ତି, ଆମ ପାଇଁ ହୋଲି ଏକ ମହତ୍ୱପୂର୍ଣ୍ଣ ପର୍ବ । କିନ୍ତୁ କୋରୋନା ଭୂତାଣୁ ସଂକ୍ରମଣ ପାଇଁ ମୁଁ ଚଳିତ ବର୍ଷ ହୋଲି ମିଳନ ସମାରୋହରେ ଭାଗ ନ ନେବାକୁ ନିଷ୍ପତ୍ତି ନେଇଛି ।

Related posts

ପ୍ରୟାଗରାଜ ବୈଦ୍ୟୁତିକ ଉପକରଣ ବଜାରରେ ଅଗ୍ନିକାଣ୍ଡ

mahabharatanews

ଶାନ୍ତି ବଜାୟ ରଖିବାରେ ବିଶ୍ୱରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଇରାନ ରାଷ୍ଟ୍ରଦୂତ

mahabharatanews

ଅରଖରେ ରହିଛି ଅନେକ ଔଷଧୀୟ ଗୁଣ

mahabharatanews