(ଲକ୍ଷେ୍ନø): ଉତ୍ତରପ୍ରଦେଶରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଫଳରେ ୟୁପି ସରକାର ଆଗାମୀ ଡିସେମ୍ବର ୨୦ ତାରିଖ ଯାଏ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସ୍କୁଲଗୁଡିକୁ ଡିସେମ୍ବର ୨୦ ଓ ୨୧ରେ ବନ୍ଦ କରିବାକୁ ଆଦେଶ ଜାରି କରିଥିଲେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ଶୀତ ଯୋଗୁଁ ପ୍ରଭାବିତ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଲକ୍ଷେ୍ନø, ବାରଣାସୀ, କାନପୁର, ବରେଲି, ଗାଜିଆବାଦ ସମେତ କିଛି ସହରର ଜିଲ୍ଲା ଅଧିକାରୀ ପ୍ରଥମେ ଶୀତ ଯୋଗୁଁ ପ୍ରାଥମିକ ବିଦ୍ୟାଳୟ ଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ଡିସେମ୍ବର ୨୦ରୁ ୨୧ ଯାଏଁ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ । ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ ଶୀତର ଲହରୀ ତୀବ୍ର ହୋଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ରାଜ୍ୟରେ ଆଗାମୀ ଦିନରେ ଥଣ୍ଡା ଆହୁରି ବଢିବ । ଏଣୁ ସ୍କୁଲଗୁଡିକୁ ଛୁଟି କରିଦିଆଯାଇଛି ।
previous post