ଅପରାଧ

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

(ମହାଭାରତ, ସେମିଳିଗୁଡା): କୋରାପୁଟ ଜିଲ୍ଲାରେ ବେଆଇନ ଗଞ୍ଜେଇ କାରବାର ଦିନକୁ ଦିନ ବଢିବାରେ ଲାଗିଛି । ଏହା ଉପରେ ରୋକ ଲଗାଇବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଚଢାଉ ଅଭିଯାନ ଆରମ୍ଭ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଜିଲ୍ଲା ଅନ୍ତର୍ଗତ ସେମିଳିଗୁଡା ଅଞ୍ଚଳରେ ବେଆଇନ ଗଞ୍ଜେଇ କାରବାର ଚାଲିଥିବା ବେଳେ ପୋଲିସ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏଥିରେ ସମ୍ପୃକ୍ତ ଜଣକୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ଶୁକ୍ରବାର ସେମିଳିଗୁୁଡା ଠାରେ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ଖବର ମାଛକୁଣ୍ଡ ପୋଲିସ ପାଇଥିଲା । ଏହାପରେ ପୋଲିସ ପକ୍ଷରୁ ଉକ୍ତ ଅଞ୍ଚଳରେ ଚଢାଉ ହୋଇଥିଲା । ଚଢାଉ ବେଳେ ପୋଲିସ ଏକ ଟ୍ରାକ୍ଟରରୁ ୧. ୭୩ କୁଇଣ୍ଟାଲର ବେଆଇନ ଗଞ୍ଜେଇ ଜବତ କରିଛି । ଏହାସହ ଗଞ୍ଜେଇ ବୋଝେଇ ହୋଇଥିବା ଟ୍ରାକ୍ଟରକୁ ମଧ୍ୟ ଜବତ କରିଛି । ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଜଣକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ପାଣ୍ଡେଇ ଗାଁର ବାସିନ୍ଦା ଓ ଜଣେ ପେଶାଦାର ଗଞ୍ଜେଇ ବ୍ୟବସାୟୀ ବୋଲି ଜଣାପଡିଛି । ଜବତ ହୋଇଥିବା ଗଞ୍ଜେଇର ଆନୂମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ।

Related posts

ବନବିଭାଗ ଟାର୍ଗେଟରେ ବେଆଇନ କରତକଳ

mahabharatanews

ଜିନ୍ଦଲ ଗେଷ୍ଟ ହାଉସରୁ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

mahabharatanews

ଏରିୟର କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ

mahabharatanews