Uncategorized

୭ ପ୍ରବାସୀ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ

ମଥୁରା: ଲକଡାଉନରେ ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକମାନେ ଘରକୁ ଫେରୁଛନ୍ତି । ମୁଖ୍ୟତଃ ବସ ଯୋଗେ ଘରକୁ ଫେରୁଛନ୍ତି । କିନ୍ତୁ ଏହି ଫେରନ୍ତା ବାଟରେ ବାରମ୍ବାର ଦୁର୍ଘଟଣା ପରି ଖବର ଆସୁଛି । ପୁଣି ଏକ ପ୍ରବାସୀ ଶ୍ରମିକଙ୍କ ବସ ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ମାଗୋରା ପୋଲିସ ଷ୍ଟେସନ ପରିସରରେ ଥିବା ଉମ୍ରି ଗାଁ ନିକଟରେ ଏକ ଟ୍ରକ ଓ ଟେମ୍ପୋ ମଧ୍ୟରେ ଧକ୍କା ହେବା ଫଳରେ ସାତ ଜଣଙ୍କର ମୃତ୍ୟୁ ହୋଇଛି ଓ ଦୁଇ ଜଣ ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ସମସ୍ତ ଲୋକ ଶ୍ରମିକ ଥିଲେ ଏବଂ ଘରକୁ ଫେରୁଥିଲେ। ଲକଡାଉନନ୍‌ ସମୟରେ ଏପରି ଭୟଙ୍କର ଦୁର୍ଘଟଣା ପୋଲିସ ପ୍ରଶାସନକୁ ଚିନ୍ତାରେ ପକାଇଦେଇଛି ।

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଛତ୍ରପୁରରୁ ଆସିଥିବା ଶ୍ରମିକମାନେ କାମ କରିବାକୁ ଆସିଥିଲେ, କିନ୍ତୁ ଲକ୍‌ଡାଉ୍‌ନ ଯୋଗୁଁ ଅଟକି ଯାଇଥିଲେ। ଶେଷରେ ସମସ୍ତ ରାଜ୍ୟ ସରକାର ଅନ୍ୟ ରାଜ୍ୟର ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା ପାଇଁ ଅନୁମତି ଦେବା ପରେ ୮ ଜଣ ଶ୍ରମିକ ଏକ ଟେମ୍ପୋ କରି ଘରକୁ ଫେରୁଥିଲେ । ମଥୁରା-ଭରତପୁର ରାସ୍ତାରେ ଥିବା ଉମ୍ରି ଗାଁ ନିକଟ ଭରତପୁର ରାସ୍ତାରେ ଦୁର୍ଘଟଣାର ଶୀକାର ହୋଇଥିଲା । ତରଭୁଜରେ ଭର୍ତ୍ତି ଏକ ଟ୍ରକକୁ ଟେମ୍ପୋ ଧକ୍କା ଦେଇଥିଲା। ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ଦୁଇ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ପୋଲିସ ଦୁର୍ଘଟଣାର ତଦନ୍ତ ଜାରି ରଖିଛି ।

Related posts

କଂଗ୍ରେସ ଛାଡିଥିବା ବିଧାୟକଙ୍କୁ ଘାରିଛି ସୁରକ୍ଷା ଚିନ୍ତା

mahabharatanews

୩୧ ଯାଏ ଡବା ଯୋଗାଇବେନି ଡବାବାଲା

mahabharatanews

ଚମୋଲି: ପ୍ରକୃତିକ ତାଣ୍ଡବର କାରଣ ଭିନ୍ନ

mahabharatanews